ଝାରସୁଗୁଡା ବିମାନବନ୍ଦରର ନାମସଂକଳ୍ପ ପାରିତ ପ୍ରସ୍ତାବକୁ ସ୍ବାଗତ କଲେ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନନଶ୍ୱର : ସୋମବାର ଝାରସୁଗୁଡା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡିଶା ବିଧାନେଭାର ସଂକଳ୍ପକୁ ଟ୍ବିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଏହି ଟ୍ବିଟରେ କହିଛନ୍ତି “ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଯାଉଥିବା ଝାରସୁଗୁଡା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡିଶା ବିଧାନସଭାର ସଂକଳ୍ପକୁ ସ୍ୱାଗତ କରୁଛି ।

ସେ ଆହୁରି କହିଛନ୍ତି – ବୀର ସୁରେନ୍ଦ୍ର ସାଏ ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ସଂଗ୍ରାମୀ ଓ ଓଡିଶାର ଗର୍ବ ଓ ଗୌରବ । ଓଡିଶାର ଏହି ମହାନ୍ ଯେଦ୍ଧାଙ୍କ ନାମରେ ଝାରସୁଗୁଡା ବିମାନବନ୍ଦରକୁ ନାମିତ କରିବା ପାଇଁ ପ୍ରୟାସ କରିବି ।

Leave A Reply