ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ସବରେଜିଷ୍ଟାର କାର୍ଯ୍ୟାଳୟର କିରାଣୀଙ୍କ ଘରେ ଚଢାଉ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ସବରେଜିଷ୍ଟାର କାର୍ଯ୍ୟାଳୟର କିରାଣୀଙ୍କ ଘରେ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ରତ୍ନାକର ମହାନ୍ତିଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁର ଭିଜିଲାନସ ପକ୍ଷରୁ ରତ୍ନାକର ମହାନ୍ତିଙ୍କ ଚହଟାରେ ଥିବା ପୈତୃକ ଘର, ଜାରକାରେ ଥିବା ଭଡ଼ା ଘର, ଚାନ୍ଦପୁରରେ ଶଶୁର ଘର, ଜାତୀୟ ରାଜପଥରେ ଥିବା ହୋଟେଲ୍ ଆକାଶ ଓ ଅନ୍ୟ କେତେକ ସଂପର୍କୀୟଙ୍କ ଘରେ ଚଢଉ ଜାରି ରହିଥିବା ଜଣାପଡ଼ିଛି।