ନୂଆସାହି ଜୁନିୟର କପ୍ ଟୁର୍ଣ୍ଣାମେଣ୍ଟ, ବନିକା ଚମ୍ଫିୟାନ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୂଆସାହି ବିପିଏଲ ଖେଳ ପଡିଆରେ ନୁଆସାହି ଜୁନିୟର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପୌରପାଳିକାର ବିଭିନ୍ନ ୱାର୍ଡ ତଥା ପଞ୍ଚାୟତରୁ ୮ଟି ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ୬ଓଭର ବିଶିଷ୍ଟ ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ବନିକା ଚମ୍ଫିୟାନ ହୋଇଥିବା ବେଳେ ରନର୍ସଅପ୍ ଶନିବା ବା କ୍ରୀକେଟ ଟିମ ହୋଇଥିଲା।

ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅଫ୍ ଟ୍ରଫି ପ୍ରଦାନ କରିଥିଲେ। ମନୋରଞ୍ଜନ ରାଉତରାୟ,ଅଜିତ୍ ମହାପାତ୍ର,ବିଶ୍ୱଜିତ୍ ଖଟୁଆ,ରଞ୍ଜିତ୍ ରାଉତରାୟ,ଅର୍ଯ୍ୟାନ ମନ୍ତ୍ରୀ,ରାହୁଲ ନାୟକ ଓ ଜ୍ଞାନେନ୍ଦ୍ର ବଳ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଅମ୍ଫାୟାର ଭାବେ ରଶ୍ମିରଞ୍ଜନ ଦାସ ଓ ହେମନ୍ତ କୁମାର ଲାହେରୀ ମ୍ୟାଚ୍ ପରିଚାଳନା କରିଥିଲେ। ବିଭୁ ପ୍ରସାଦ ମହାନ୍ତି ଧାରାବିବରଣି ପ୍ରଦାନ କରିଥିଲେ।

Comments are closed.