ଧର୍ମଗଡ଼ ଉପଖଣ୍ଡକୁ ନୂତନ ଜିଲ୍ଳା ଘୋଷଣା ଦାବୀରେ ବନ୍ଦ ଡାକରା

0

ମୁଖିଗୁଡ଼ା : ଧର୍ମଗଡ଼ ଉପଖଣ୍ଡକୁ ନୂତନ ଜିଲ୍ଳା ଘୋଷଣା ଦାବୀରେ ଗୁରୁବାର ଧର୍ମଗଡ଼ ନୂତନ ଜିଲ୍ଳା ଗଠନ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡ଼ାକରା ଦେଇଛି। ଗୁରୁବାର ଜୟପାଟଣା ଓ ମୁଖିଗୁଡ଼ାରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଥିଲା। ଜୟପାଟଣାର ବ୍ଳକ୍‍ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଉପନିବନ୍ଧନ କାର୍ଯ୍ୟାଳୟ, ଜେ.ଏମ୍‍.ଏଫ୍‍.ସି. କୋର୍ଟ, ବ୍ୟାଙ୍କ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ବନ୍ଦ ରହିଥିବା ବେଳେ ବ୍ଳକ୍‍ କାର୍ଯ୍ୟାଳୟ ନିକଟରେ ରାସ୍ତା ଅବରୋଧ କରାଯାଇଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବରିଷ୍ଠ କଂଗ୍ରେସ ନେତା ହେମନ୍ତ ପଣ୍ଡା ସମେତ ବହୁ ପ୍ରମୁଖ ବ୍ୟକ୍ତି ଜୟପାଟଣା ବନ୍ଦ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ମୁଖିଗୁଡ଼ାରେ ବନ୍ଦ ପାଳନର ପ୍ରଭାବ ଜଣାପଡିଥିଲା।

Leave A Reply