ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ଧର୍ମଗଡ: କଳାହାଣ୍ଡି ଜିଲା ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଳିପଡାର ଚାଷଜମି ନିକଟରେ ଥିବା ଏକ ବରଗଛରେ ବୁଧବାର ଜଣେ ଯୁବକ ଓ ଜଣେ ଯୁବତୀ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଲିଥିଲା। ସ୍ଥାନୀୟ ଲୋକ ଏନେଇ ଆମପାଣି ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ଅବସ୍ଥା ଅନୁଧ୍ୟାନ ପରେ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ପୁଲିସ ତଦନ୍ତ ଜାରି ରଖିଛି। ମୃତ ଯୁବକ ଓ ଯୁବତୀ ନିକଟସ୍ଥ ଗୌନ୍ତିଆପଡାର ଶିବ ଜୁଏଡ଼ଙ୍କ ପୁଅ ଅମିତ ଜୁଏଡ଼ (୨୨) ଓ ସେହିପଡାର ବାମଦେବ ମୁଲକିଆଙ୍କ(୨୧)ବର୍ଷର ଝିଅ କୁନ୍ତଳା ମୁଲକିଆ ବୋଲି ଜଣାପଡିଛି। ପୋଲିସ ସୁଚନା ଅନୁସାରେ, ଗତକାଲି ରାତିରୁ କୁନ୍ତଳା ଘରୁ ବାହାରି ଫେରି ନ ଥିବାବେଳେ ଆଜି ସକାଳୁ ଝିଅର ବାପା ଝିଅ ନିଖୋଜ ଥିବା ନେଇ ଆମପାଣି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ବୁଧବାର ସକାଳୁ ଝୁଲନ୍ତା ମୃତଦେହ ଉଦ୍ଧାର ପରେ କୁନ୍ତଳା ତାଙ୍କର ନିଖୋଜ ଥିବା ଝିଅ ବୋଲି ଜଣାପଡିଛି। କେଉଁ କାରଣକୁ ନେଇ ଦୁହେଁ ଏପରି କାଣ୍ଡ ଭିଆଇଛନ୍ତି ତାହା ଅସ୍ପଷ୍ଟ ରହିଛି। ତେବେ ପ୍ରେମ ଜନିତ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ପୋଲିସ ସାଇଣ୍ଟିଫିକ ଟିମ୍ ସାହାଯ୍ୟ ନେଇ ଛାନଭିନ ଆରମ୍ଭ କରୁଛି। ଏ ନେଇ ଆମପାଣି ଥାନାରେ ଦୁଇଟି ପୃଥକ ଅପମୃତ ମାମଲା ରୁଜୁ ହୋଇଥିବା ଏଏସ୍ଆଇ ରାମଶଙ୍କର ବାଗ ସୂଚନା ଦେଇଛନ୍ତି।

Comments are closed.