ବସ୍‌ ଓଲଟି ୪୦ ଆହତ

ଧର୍ମଗଡ଼: କଳାହାଣ୍ଡି ଜିଲାର ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋକସରା ନିକଟବର୍ତ୍ତି ବଡ଼କେନ୍ଦୁଗୁଡ଼ାରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା ଏବଂ ଏଥିରେ ଥିବା ୪୦ଜଣ ଯାତ୍ରୀ ଆହତ ହୋଇଛନ୍ତି।

 

ମିଳିଥିବା ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲାର ଧର୍ମଗଡ଼ରୁ ହାଇଦ୍ରାବାଦ୍‌ ଅଭିମୁଖେ ଏକ ଯାତ୍ରୀମାନଙ୍କୁ ନେଇ ଯାଉଥିଲା। କୋକସରା ନିକଟବର୍ତ୍ତିତ ବଡ଼କେନ୍ଦୁଗୁଡ଼ାଠାରେ ଏହା ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ଏହି ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪୦ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୨୦ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦମକଳ ବାହିନୀ, ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

Comments are closed.