ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହେଲା ବିଚିତ୍ର ଶିଶୁ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ବିଚିତ୍ର ଧରଣର ଶିଶୁ ଜନ୍ମ ହୋଇଛି । ଶିଶୁଟିର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଯୋଡି ହୋଇ ଯାଇଛି । ଫଳରେ ଜନ୍ମିତ ଶିଶୁଟି ପୁଅ କି ଝିଅ ତାହା ବି ସ୍ପଷ୍ଟ ଜଣାପଡୁନି ।

ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ହାତିପଖାନ ତ୍ରିପାଲ ଖର୍ସେଲଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ପ୍ରସବ ବେଦନା ହେବାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ଏକ ଶିଶୁ ଜନ୍ମ ଦେଇଥିଲେ । ଯାହାର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଯୋଡି ହୋଇ ଯାଇଛି । ଜନ୍ମ ପରେ ଶିଶୁ ସହ ପ୍ରସୂତିଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ସ୍ଥାନାନ୍ତରିତ କରାଯାଇଛି । ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।

Comments are closed.