ଭିନ୍ନକ୍ଷମ ବ୍ୟକ୍ତିକୁ ଅସଦାଚରଣ ଅଭିଯୋଗରେ ବିଧାୟକଙ୍କ ସ୍ପଷ୍ଟିକରଣ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକର ବୋଡେନ ଠାରେ ଗତ ୨୪ ତାରିଖ ଦିନ ଏକ ସରକାରୀ କାର୍ୟ୍ୟକ୍ରମରେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଜଣେ ଭିନ୍ନକ୍ଷମ ବ୍ୟକ୍ତିକୁ ଗାଳି ଦେବା ଓ ଧମକ ଦେବା ଅଭିଯୋଗ ହୋଇଥିଲା। ଏହା ଉପରେ ଆଜି ବିଧାୟକ ଶ୍ରୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସର୍ମ୍ପକରେ ନିଜର ମତରଖିଛନ୍ତି । ମୋର ଛାତ୍ର ଓ ସାମାଜିକ ଜୀବନ ଭିତରେ କୌଣସି ଜାତି, ଧର୍ମ ମଧ୍ୟରେ ଭେଦଭାବ ସୃଷ୍ଟି କରି ରାଜନୈତିକ ସୁବିଧା ନେବାର ପ୍ରାୟସ କରିନାହିଁ। ସବୁ ପ୍ରକାର ତଦନ୍ତର ସମ୍ମୁୀନ ହେବା ପାଇଁ ପ୍ରସ୍ତୁତ, ମୋର ବିକାଶ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ବୃଦ୍ଧିର ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଏହା କୁଚକ୍ରାନ୍ତ ବୋଲି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

Leave A Reply