ମଣ୍ଡିରୁ ୧୮ ଚାଷୀଙ୍କ ୨୮୦୦ ବସ୍ତା ଧାନ ଜବତ

ଧର୍ମଗଡ଼: ଗୋଟିଏ ପଟେ ଟାର୍ଗେଟ୍‌ ବୃଦ୍ଧି ସହ ଚାଷୀଙ୍କ ଧାନଉଠାଣ ଦାବି କରି ବିଜେପି ପକ୍ଷରୁ କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ଧାରଣା ଦିଆଯାଇଥିବା ବେଳେ ଅନ୍ୟପଟେ ପ୍ରଶାସନ ତଦନ୍ତକରି ବେନିୟମ ଭାବେ ଗଚ୍ଛିତ ଥିବା ଧାନକୁ ଜବତ କରିଛି। ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ରଦଳ ବୋଡ଼େନ ମଣ୍ଡିକୁ ଯାଇ ସେଠାରେ ଗଚ୍ଛିତ ଧାନର ତଦନ୍ତ କରିଥିଲେ। ୧୮ ଜଣ ଚାଷୀଙ୍କ ୨୮୦୦ ବସ୍ତା ଧାନ ସମ୍ବନ୍ଧରେ କୌଣସି ସଠିକ ଉତ୍ତର ନ ପାଇବାରୁ ଏସବୁ ବେନିୟମ ଭାବେ ଗଚ୍ଛିତ ଥିବା ସନ୍ଦେହରେ ସମସ୍ତ ଧାନକୁ ଜବତ କରାଯାଇଥିଲା।

Comments
Loading...