ସଂଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ

ଧର୍ମଗଡ଼ : କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ସଂଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ ହୋଇଛି ।ଉଭୟ ପ୍ରେମୀ ଯୁଗଳ ଗୋଟିଏ ଗାଁର ବୋଲି ଜଣାପଡିଛି । କାଉଡୋଳା ସରପଞ୍ଚ ଶ୍ରୀମତି ଜମ୍ଵୁବତୀ ସାହୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ନିର୍ବାହ ହୋଇଥିଲେ । ଜୟପାଟଣା ବ୍ଳକ ବାଞ୍ଜିବାହାଲ ଗ୍ରାମର ରାଜାରାମ ଠାକୁର ସେହି ଗାଁର ଦ୍ଵିତୀୟା ହରିଜନ ନାମ୍ନୀ ଜନୈକା ଯୁବତୀଙ୍କୁ ଭଲ ପାଉଥିଲା । ପେଟପାଟଣା ପାଇଁ ରାଜାରାମ କର୍ଣ୍ଣାଟକକୁ ଦାଦନ ଖଟିବାକୁ ଯାଇଥିବାବେଳେ ଦ୍ଵିତୀୟା ମଧ୍ୟ ପରିବାର ସହ ସେଠାକୁ ଯାଇଥିଲା । ଫେରିବା ବାଟରେ ସରକାରୀ ନିର୍ଦ୍ଦେଶାନୁଯାୟୀ ସେମାନେ କାଉଡୋଳା ସଂଗରୋଧ କେନ୍ଦ୍ରରେ ଗତ ୧୧ଦିନ ହେଲା ରହୁଥିଲେ । ନିଜ ଭିତରେ ଥିବା ପ୍ରେମ ସଂପର୍କକୁ ଜାହିର କରି ବିବାହ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ସୋମବାର ସେମାନଙ୍କ ବିବାହ ସଂଗରୋଧ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ।

Comments are closed.