ପାରିବାରିକ କଳହର କରୁଣ ପରିଣାମ, ସାନ ଭାଇର ଆତ୍ମହତ୍ୟା ପରେ ଦେହରେ କିରୋସିନି ଢାଳି ବଡ ଭାଇର ଆତ୍ମହତ୍ୟା ଉଦ୍ୟମ

ଧର୍ମଗଡ଼  ; ପାରିବାରିକ କଳହର କରୁଣ ପରିଣାମ, ସାନ ଭାଇର ଆତ୍ମହତ୍ୟା ପରେ ଦେହରେ କିରୋସିନି ଢାଳି ବଡ ଭାଇର ଆତ୍ମହତ୍ୟା ଉଦ୍ୟମ । ଏପରି ଏକ ଘଟଣା ଘଟିଛି ଧର୍ମଗଡ଼ ଥାନା ଅନ୍ତର୍ଗତ ରାଜମୋଟେର ଗାଁରେ । ଉକ୍ତ ଗାଁର ଗହୀରଙ୍କ ପୁଅ ରାଜେନ୍ଦ୍ର ଗହୀର ଓ ତୀର୍ଥ ଗହୀରଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳହ ଲାଖିରହିଥିଲା । କଳହରୁ ସାନଭାଇ ତୀର୍ଥ ଗହୀର ବେକରେ ଦଉଡି ଦେଇ ଆତ୍ମହତ୍ୟା କଲା । ସାନଭାଇର ଆତ୍ମହତ୍ୟା ଖବର ଶୁଣି ବଡଭାଇ ରାଜେନ୍ଦ୍ର ଗହୀର ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ବଡ ଭାଇ  ରାଜେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଭବାନିପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ରାଜେନ୍ଦ୍ର ମେଡିକାଲରେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି।

ମିଳିଥିବା ସୁଚନା ଅନୁଯାୟୀ ଧର୍ମଗଡ଼ ଥାନା ଅନ୍ତର୍ଗତ ରାଜମୋଟେର ଗାଁ ର ସନ୍ତୋଷ ଗହୀରଙ୍କ ପୁଅ ରାଜେନ୍ଦ୍ର ଗହୀର ଓ ତୀର୍ଥ ଗହୀରଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳହ ଲାଖିରହିଥିଲା । ଗତକାଲି ତିର୍ଥ ଗହୀର ଘରୁ ଯାଇଥିଲେ ମଧ୍ୟ ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ଗଡିଆଜୋର ଏକ ଜମିରେ ତାଙ୍କର ମୃତ ଦେହ ଝୁଲୁଥିବା ଖବର ପାଇବା ପରେ ବଡଭାଇ ରାଜେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନିପାଟଣା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

Comments are closed.