୫୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗ୍ରାମରକ୍ଷୀ ଗିରଫ

ଧର୍ମଗଡ଼ : କଳାହାଣ୍ଡି ଜିଲା ଜୟପାଟଣା ଥାନାର ଗ୍ରାମରକ୍ଷୀ ଗୁରୁବାର ୫୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଗିରଫ ଗ୍ରାମରକ୍ଷୀଙ୍କ ନାମ ଅକ୍ଷୟ ଦୁର୍ଗା।
ଗତ ଅଗଷ୍ଟ ମାସ ୧୯ତାରିଖରେ ଭୈରୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗ ଥିଲା। ଏହି ଘଟଣାରେ ୬ଜଣଙ୍କୁ ଉଠାଇ ନେଇ ପୁଲିସ ପଚରାଉଚରା କରିଥିଲା। ଏହି ମାମଲାର ରଫାଦଫା କରିଦେବା ପାଇଁ କହି ଗିରଫ ଦୁର୍ଗା ସନ୍ଦିଗ୍ଧଙ୍କଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଇଥିଲେ।

Comments are closed.