କରୋନା ନିର୍ଦ୍ଦେଶନାମା ଉଲଂଘନ ଅଭିଯୋଗରେ ଗୋଲାମୁଣ୍ଡା ଏବିଡିଓ ନିଲମ୍ବିତ

ଧର୍ମଗଡ଼ : କରୋନା ନିର୍ଦ୍ଦେଶନାମା ଉଲଂଘନ ଅଭିଯୋଗରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପାତ୍ର ନିଲମ୍ବିତ ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲାପାଳଙ୍କ ସୁପାରିଶ କ୍ରମେ ସେକ୍ରେଟାରୀ ପ୍ରିନ୍ସିପାଲ ଚିଠି ନଂ ୭୩୭୩/୨୭-୩-୨୦୨୦ରେ ଏନେଇ ଏକ ଆଦେଶ ଜାରି କରିଛନ୍ତି । ଏବିଡିଓ ପଦ୍ମନାଭ ପାତ୍ର ଗତ ୨୨ ରିଖରେ ତାଙ୍କ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଥିଲେ । ଏହି ଦିନ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସମଗ୍ର ଦେଶରେ ଜନତା କର୍ଫ୍ୟୁ ଜାରି ହୋଇଥିଲା । ଏହି ଦିନ କୌଣସି ଏକ ଜରୁରୀ କାମରେ କଳାହାଣ୍ଡି ଜିଲାପାଳ ଶ୍ରୀ ପାତ୍ରଙ୍କୁ ସଦରମହକୁମାକୁ ଡାକିଥିଲେ । କିନ୍ତୁ ସେ ଉକ୍ତ ଦିନ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ କାର୍ୟସ୍ଥଳୀରେ ଆନୁପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ଶ୍ରୀ ପାତ୍ର ଅନେକ ସମୟରେ ବିନା ଅନୁମତିରେ କାର୍ଯ୍ୟସ୍ଥଳୀରେ ଅନୁପସ୍ଥିତ ଥିବା ନଜିର ଥିବାବେଳେ ଏବେ ତାଙ୍କୁ ନିଲମ୍ବନ କରାଯାଇଛି ।

Comments are closed.