ବଲିଉଡରେ ଡ଼୍ରଗ୍ସ ଲିଙ୍କ୍ ଘଟଣା; ଧର୍ମା ପ୍ରଡକ୍ସନ୍ସ ନିର୍ଦ୍ଦେଶକ କ୍ଷୀତିଜ ରବି ପ୍ରସାଦ ଗିରଫ

ମୁମ୍ବଇ : ବଲିଉଡ୍‌ରେ ଡ଼୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଶନିବାର ଧର୍ମା ପ୍ରଡକ୍ସନ୍ସର ନିର୍ଦ୍ଦେଶକ କ୍ଷୀତିଜ ରବି ପ୍ରସାଦ ଗିରଫ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଧର୍ମା ପ୍ରଡକ୍ସନ୍ସ ନିର୍ଦ୍ଦେଶକ କ୍ଷୀତିଜ ରବି ପ୍ରସାଦଙ୍କ  ଘରେ ଚଢାଉ ବେଳେ ଗଞ୍ଜେଇ ମିଳିଥିଲା। ଗିରଫ ଡ୍ରଗ୍ସ ପ୍ୟାଡେଲର ଅନୁଜ କେଶୱାନୀ କ୍ଷୀତିଜଙ୍କ ନାମ ପ୍ରକାଶ କରିଥିଲେ। ସେ ଡ୍ରଗ୍ସ ବେପାରୀଙ୍କଠାରୁ ଡ୍ରଗ୍ସ କିଣିଥିବା ଅଭିଯୋଗ ହୋଇଥିଲା।

ଉଲ୍ଲେଖ ଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏନସିବି ଡ଼୍ରଗ୍ସ ଲିଙ୍କକୁ ନେଇ ଖୋଳତାଡ ଜାରି ରଖିଛି।  ଡ୍ରଗ୍ସ କାରବାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଦୀପିକା, ଶ୍ରଦ୍ଧା, ରକୁଲପ୍ରୀତ ସିଂହ, ସାରାଙ୍କ ଭଳି ବଲିଉଡ ଅଭିନେତ୍ରୀ ଡ୍ରଗ୍ସ କାରବାର ଏବଂ ବ୍ୟବହାରରେ ଲିପ୍ତ ଥିବା ଜାଣିବାକୁ ମିଳିଛି।

Comments are closed.