ହିନ୍ଦୁ ଧର୍ମ ଜାଗରଣ ସମନ୍ୱୟ ସମିତି କଲମପୁର ଖଣ୍ଡର ବୈଠକ

କଲମପୁର : ‘ସ୍ୱଧର୍ମେ ନିଧନଂ ଶ୍ରେୟ ପର ଧର୍ମ ଭୟାବହ’ ଏହି ବାର୍ତା ନେଇ କଲମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ହିନ୍ଦୁ ଧର୍ମ ଜାଗରଣ ସମନ୍ୱୟ ସମିତି କଲମପୁର ଖଣ୍ଡର ଏକ ସାଧାରଣ ବୈଠକ ଅନୁଷ୍ଟିତ ହେଇଯାଇଛି । ହିନ୍ଦୁ ଧର୍ମ ଜାଗରଣ ସମନ୍ୱୟ ସମିତିର ଓଡିଶା ପ୍ରାନ୍ତ ପ୍ରମୁଖ ମନୋଜ କୁମାର ନାୟକଙ୍କ ଉପସ୍ଥିତିରେ କଲମପୁର ଖଣ୍ଡ ସଂଯୋଜକ ଚନ୍ଦ୍ର ଶେଖର ସାହୁଙ୍କ ଦ୍ୱାରା ବୈଠକ ପରିଚାଳିତ ହେଇଥିଲା। ଏଥିରେ ଜିଲ୍ଲା ମାର୍ଗ ଦର୍ଶକ ମୋହନ ସୁନ୍ଦର ପଣ୍ଡା, ଜଗଦିଶଚନ୍ଦ୍ର ମୁଣ୍ଡ, ବିନୟ କୁମାର ପଣ୍ଡା, ପ୍ରମୋଦ କୁମାର ଠାକୁର, ଅମିୟ ସାଗର ପଣ୍ଡା, ଉଗ୍ରେସେନ ନାଏକ, ବିକାଶ ରଞ୍ଜନ ଠାକୁର, ଉପେନ୍ଦ୍ର କୁମାର ସାହୁ,  ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ । ଏହି ବୈଠକ ଅବସରରେ କିଛି ନ୍ୟସ୍ତ ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ବିଶେଷଙ୍କ ପ୍ରରୋଚନାରେ କିଛି ଲୋକ ନିଜ ପାରମ୍ପାରିକ ହିନ୍ଦୁ ଧର୍ମ ପରିତ୍ୟାଗ କରୁଥିବାରୁ ଚିନ୍ତା ପ୍ରକଟ କରିଥିଲେ । ନିଜ ଧର୍ମ ଛାଡି ଅନ୍ୟ ଧର୍ମ ପ୍ରତି ଆକୃଷ୍ଟ ହେଉଥିବା ଲୋକଙ୍କୁ ପୁନଃ ନିଜ ଧର୍ମକୁ କିଭଳି ଫେରାଇ ଅଣାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା।

ଏହି ବୈଠକ ଅବସରରେ କଲମପୁର ଖଣ୍ଡର ବିଭିନ୍ନ ସମିତି ଓ ୪ ଗୋଟି ଜାଗରଣ କେନ୍ଦ୍ର ପ୍ରମୁଖ ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି । ସଂଯୋଜକ ଭାବେ ଚନ୍ଦ୍ର ଶେଖର ସାହୁ, ସହ ସଂଯୋଜକ ଭାବେ ବିକାଶ କୁମାର ପଣ୍ଡା, ପରିଯୋଜନା ପ୍ରମୁଖ ଅମିୟ ସାଗର ପଣ୍ଡା, ମହିଳା ପ୍ରମୁଖ ଭାବେ ବନଜା ବାସିନୀ ମହାପାତ୍ର, ପ୍ରଶାସନ ସମ୍ପର୍କ ପ୍ରମୁଖ ଭାବେ ସୀତାକାନ୍ତ ବାଗ, ନିଧି ପ୍ରମୁଖ ଭାବେ ସତ୍ୟ ନାରାୟଣ ଶର୍ମା, ବିଧି ପ୍ରମୁଖ ଭାବେ ବିକାଶ ଠାକୁର ଶୁସିଳ କୁମାର ରାଉତ ଓ ଲୋକନାଥ ନାଏକ ପ୍ରମୁଖଙ୍କୁ ଚୟନ କରାଯାଇଛି, ଧର୍ମରକ୍ଷା ବାହିନୀ ପ୍ରମୁଖ ଭାବେ ବବିତା ନାଏକ ଓ ଧର୍ମ ରକ୍ଷା ସେନା ପ୍ରମୁଖ ଭାବେ ଲଳିତ ବିଷିଙ୍କୁ ଚୟନ କରାଯାଇଛି । ସେହିଭଳି କଲମପୁର, ଦେପୁର ଓ ପଣ୍ଡିଗାଁକୁ ନେଇ ଗଠିତ କଲମପୁର ଜାଗରଣ କେନ୍ଦ୍ର ପ୍ରମୁଖ ଭାବେ ଉପେନ୍ଦ୍ର ସାହୁ ଓ ସହ ପ୍ରମୁଖ ଭାବେ ଜଗମୋହନ ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବଡକୁଟୃ, ମିନଗୁରକୁ ନେଇ ଗଠିତ ବଡକୁଟୃ ପ୍ରମୁଖ ଭାବେ ପ୍ରବୋଧ କୁମାର ନାଏକ, ସହ ପ୍ରମୁଖ ଭାବେ ଲଳିତ କୁମାର ବିଷିଙ୍କୁ ଦାଇତ୍ୱ ଦିଆଯାଇଛି। ନୁଆଗାଁ, କୋଟାଗାଁ ଓ ମଣ୍ଡଳକୁ ନେଇ ମଣ୍ଡଳ ଜାଗରଣ କେନ୍ଦ୍ର ପ୍ରମୁଖ ଭାବେ ଅଭିରାମ ପମ୍ଡାଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି। ହାରାମାଲ ଓ ବନ୍ଧକାକୁ ନେଇ ଗଠିତ ହାରାମାଲ ଜାଗରଣ କେନ୍ଦ୍ରର ପ୍ରମୁଖ ଭାବେ ଗଜାନନ ବାଗଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବୈଠକରେ କଲମପୁର ବ୍ଲକର ବହୁ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

Comments are closed.