ମାର୍ଗଶୀର ମାସରେ କରନ୍ତୁ ଏହି କାର୍ଯ୍ୟ

0

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ….
ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଲାଭ ଦେଇଥାଏ।
ଏହି ମାସରେ ଶ୍ରୀକୃଷ୍ଣଙ୍କର ଉପାସନା ଓ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସନ୍ତାନ ପାଇଁ ବରଦାନ ମାଗିବା ଏହି ମାସରେ ଅତ୍ୟନ୍ତ ଶୁଭ ହୋଇଥାଏ।
ଏହି ମାସରେ କିର୍ତ୍ତନ କରିବା ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରେ।
ମାର୍ଗଶୀର ମାସରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ : 
ଏହି ମାସରେ ଅଧିକ ନିରାମିଷ ଦ୍ରବ୍ୟ ଖାଇବା ଉଚିତ।
ଏହି ମାସରେ ନିୟମିତ ଗୀତା ପାଠ କରିବା ଉଚିତ।
ଭୋଗରେ ତୁଳସୀ ପତ୍ରର ବ୍ୟବହାର କରିବା ଉଚିତ।
ଏହି ମାସରେ ‘ଓଁ ନମୋ ଭଗବତେ ବାସୁଦେବାୟ’ ଏହି ମନ୍ତ୍ରର ଜପ କରିବା ଉଚିତ।

 

Leave A Reply