ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

0

ହିନ୍ଦୁଧର୍ମରେ ଭଗବାନଙ୍କୁ ପ୍ରାର୍ଥନା କରିବାର ବିଶେଷ ମହତ୍ୱ ରହିଛି। ଶାସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିକୁ ନିୟମିତ ପ୍ରାର୍ଥନା କରିବାକୁ କୁହାଯାଇଥାଏ । ସାଧାରଣ ଭାବେ ଦେବାଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ହାତ ଯୋଡ଼ି ପ୍ରଣାମ କରିବାକୁ ପ୍ରାର୍ଥନା କୁହାଯାଇଥାଏ। ପ୍ରାର୍ଥନା କରିବା ସମୟରେ ସଭିଏଁ ହାତ ଯୋଡ଼ି ଭଗବାନଙ୍କୁ ନିଜ ସୁଖଦୁଃଖ ବିଷୟରେ ଜଣାଇଥାଆନ୍ତି। ପ୍ରାର୍ଥନା କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ମାତ୍ର ପ୍ରାର୍ଥନା ସମୟରେ କିଛି ସାଧାରଣ କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ ଜାଣନ୍ତୁ ତାହା କ’ଣ….
ଅନ୍ୟ ମନସ୍କ ନ ହେବା –
ପ୍ରାର୍ଥନା କରିବା ସମୟରେ ଅନ୍ୟ ମନସ୍କ ହେବା ଉଚିତ ନୁହେଁ। ଏହାଦ୍ୱାରା ପ୍ରାର୍ଥନାର ମୂଲ୍ୟ ରହିନଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମନୋସ୍କାମନା ମଧ୍ୟ ପୂରଣ ହୋଇନଥାଏ।
ପ୍ରାର୍ଥନା କରିବା ସମୟରେ ମନରେ ଲୋଭର ଭାବନା ରଖିବା ଉଚିତ ନୁହେଁ। ମନରେ ଲୋଭ ରଖି ପ୍ରାର୍ଥନା କଲେ ଭଗବାନ ତାହାକୁ ସ୍ୱୀକାର କରି ନଥାଆନ୍ତି।
ପ୍ରାର୍ଥନା କରିବା ସମୟରେ ନିଜ ଜ୍ଞାନ ଅନୁଯାୟୀ ମନ୍ତ୍ରର ଜପ କରିବା ଉଚିତ। ବିନା ମନ୍ତ୍ରରେ ପ୍ରାର୍ଥନାର ଉଚିତ ଫଳ ପ୍ରାପ୍ତି ହୋଇନଥାଏ।
ବହୁ ଲୋକଙ୍କ ଅଭ୍ୟାସ ଥାଏ ଯେ ସେ ସର୍ବଦା ଭଗବାନଙ୍କୁ କିଛି ନା କିଛି ମାଗିଥାଆନ୍ତି। ଏପରି କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ନାହିଁ।
ବହୁ ଲୋକେ କେବଳ ଦୁଃଖ ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିଥାଆନ୍ତି। ଏପରି କରିବା ଦ୍ୱାରା ପ୍ରାର୍ଥନାର ମୂଲ୍ୟ ରହିନଥାଏ। ତେଣୁ ସୁଖ ଓ ଦୁଃଖ ଉଭୟ ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ।

Leave A Reply