ଜାଣନ୍ତୁ ଜ୍ୟେଷ୍ଠ ମାସରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ

ଶାସ୍ତ୍ରରେ ଜ୍ୟେଷ୍ଠମାସକୁ ଖୁବ ଶୁଭ ମାସ ବୋଲି କୁହାଯାଏ। ଏହି ମାସରେ ସୂର୍ଯ୍ୟଦେବତା ଖୁବ ଶକ୍ତିଶାଳୀ ଥିବାରୁ ଅଧିକ ଖରା ଓ ଗରମ ଅନୁଭୂତ ହୋଇଥାଏ। ତେଣୁ ଏହି ମାସରେ ଅଧିକ ପାଣି ପିଇବା ପାଇଁ ଓ ଜଳ ଦେବତାଙ୍କୁ ପୂଜା କରିବା ପାଇଁ ଉପଦେଶ ଦିଆଯାଏ। ଜଳ ସହ ଜଡ଼ିତ ଦୁଇଟି ପର୍ବ ମଧ୍ୟ ପାଳନ କରାଯାଏ, ଗଙ୍ଗା ଦଶହରା ଓ ନିର୍ଜଳା ଏକାଦଶୀ। ଏହାସହ ଏପରି କେତେକ କାର୍ଯ୍ୟ ରହିଛି, ଯାହା ଜ୍ୟେଷ୍ଠ ମାସରେ ନକରିବା ପାଇଁ କୁହାଯାଇଛି। ଜାଣନ୍ତୁ ତାହା କ’ଣ….
ଏହି ମାସରେ ଦିନ ସମୟରେ ଶୋଇବାକୁ ବାରଣ କରାଯାଇଛି। ଦିନରେ ଶୋଇବା ଦ୍ୱାରା ବ୍ୟକ୍ତି ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ।
ଖରା ସମୟରେ ବାହାରେ ଚାଲିବାକୁ ମଧ୍ୟ ବାରଣ କରାଯାଇଛି। ଏପରି କରିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟଗତ ବହୁ ସମସ୍ୟା ହୋଇଥାଏ।
ଏହି ମାସରେ ବାଇଗଣ ଖାଇବାକୁ ବାରଣ କରାଯାଇଛି। ଏହାର ବହୁ କୁପ୍ରଭାବ ଜୀବନ ଉପରେ ପଡ଼ିବା ସହ ଅଶୁଭ ଫଳ ମିଳିଥାଏ।
ଏହି ମାସରେ ଘରର ବଡ଼ କନ୍ୟା କିମ୍ବା ପୁତ୍ରର ବିବାହ କରିବା ଉଚିତ ନୁହେଁ। ଏହି ମାସରେ ବିବାହ କଲେ ବୈବାହିକ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
ଏହି ମାସରେ ଅନ୍ନର ଭୋଜନ ଦିନକୁ ଥରେ ମାତ୍ର କରିବା ଦ୍ୱାରା ଆର୍ଥକ କ୍ଷେତ୍ରରେ ଖୁବ ଉନ୍ନତି ହୋଇଥାଏ। ସ୍ୱାସ୍ଥ୍ୟ ମଧ୍ୟ ନିରୋଗ ରହିଥାଏ।
ଏହି ମାସରେ ରାଶି ଦାନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ।
ଏହି ମାସରେ ପ୍ରଭୁ ହନୁମାନଙ୍କର ଭଗବାନ ଶ୍ରୀ ରାମଙ୍କ ସହ ଭେଟ ହୋଇଥିଲା ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଏହି ମାସ ହନୁମାନଙ୍କର ପ୍ରିୟ ମାସ ଅଟେ। ଜ୍ୟେଷ୍ଠମାସରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଶଭୁଫଳ ପ୍ରାପ୍ତି ହୋଇଥାଏ।

Comments are closed.