ଅକ୍ଷୟ ତୃତୀୟାରେ ଗୃହକୁ ଆଣନ୍ତୁ ଏହି ଦ୍ରବ୍ୟ ମିଳେ ଶୁଭଫଳ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଟି ଖୁବ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ଦିନଟିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଏହି ଦିନ ପାଞ୍ଜି ଦେଖିବାର ଆବଶ୍ୟକତା ନାହିଁ। ଏହି ଦିନ ଗୃହକୁ ସଫାସୁତୁରା କରି ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଖୁବ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତ୍ର ଏହି ଦିନ ଯଦି ଆପଣ ସୁନା ନକିଣିପାରିବେ ଜାଣନ୍ତୁ ଅନ୍ୟ କେଉଁ ଦ୍ରବ୍ୟ କିଣିଲେ ଏହାର ଶୁଭଫଳ ମିଳିଥାଏ….
ସୁନା ପରିବର୍ତ୍ତେ ଆପଣ ମା’ଲକ୍ଷୀଙ୍କର ରୂପାର ପାଦୁକା କିଣିପାରିବେ। ଏହାକୁ ପୂଜାର୍ଚ୍ଚନା କରି ନିଜ ପୂଜାକକ୍ଷରେ ସ୍ଥାପନ କରନ୍ତୁ। ଏପରି କରିବା ଦ୍ୱାରା ମା’ଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।
ଏହିଦିନ ମା’ଲକ୍ଷ୍ମୀଙ୍କ ପାରଦରେ ନିର୍ମିତ୍ତ ମୂର୍ତ୍ତି ଘରକୁ ଆଣନ୍ତୁ।ମା’ଙ୍କ ବିଶେଷ କୃପା ମିଳିଥାଏ।

Comments are closed.