ହିନ୍ଦୁ ଧର୍ମରେ ଥିବା ପରମ୍ପରାର ବୈଜ୍ଞାନିକ କାରଣ

0

ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରହିଛି। ମନୁଷ୍ୟ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପରମ୍ପରାର ପାଳନ କରିଥାଏ। ହିନ୍ଦୁ ଧର୍ମରେ ଥିବା ପରମ୍ପରା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି। ଏହା ଜାଣିବା ଆବଶ୍ୟକ ଅଟେ। ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ଥିବା ପରମ୍ପରାର ବୈଜ୍ଞାନିକ କାରଣ ବିଷୟରେ ..

ହାତ ଯୋଡି ପ୍ରଣାମ କରିବା :

ହାତ ଯୋଡି ପ୍ରଣାମ କରିବା ହିନ୍ଦୁ ଧର୍ମର ପରମ୍ପରା ଅଟେ। ଏହାଦ୍ବାରା ପରସ୍ପରକୁ ଅଭିବାଦନ ମଧ୍ୟ ଜଣାଇ ଥାଆନ୍ତି। ଗୁରୁଜନଙ୍କୁ ପ୍ରଣାମ କରିବା ଦ୍ବାରା ତାଙ୍କର ସମ୍ମାନ ହୋଇଥାଏ। ହାତ ଯୋଡି ପ୍ରଣାମ କରିବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହାଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଦୁଇ ହାତ ଯୋଡିବା ଦ୍ବାରା ଆଙ୍ଗୁଠିଗୁଡିକ ପରସ୍ପର ମୁହାଁମୁହିଁ ହୋଇ କେନ୍ଦ୍ରୀଭୂତ ହୋଇଥାଆନ୍ତି। ଆଙ୍ଗୁଠୀଗୁଡିକ ପରସ୍ପରର କେନ୍ଦ୍ରରେ ରହିବା ଦ୍ବାରା ଆଖି, ନାକ, ହୃଦୟ ଓ କାନ ଉପରେ ସିଧା ସଳଖ ପ୍ରଭାବ ପଡିଥାଏ। ହାତ ଯୋଡି ପ୍ରଣାମ କରିବା ଦ୍ବାରା ଅନ୍ୟକୁ ସ୍ପର୍ଶ କରିବାକୁ ପଡିନଥାଏ। ରୋଗ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ନଥାଏ।

ପାଦରେ ମୁଦି ଧାରଣ କରିବା :

ପାଦର ଆଙ୍ଗୁଠିରେ ମୁଦି ଧାରଣ କରିବା ହିନ୍ଦୁ ପରମ୍ପରାରେ ରହିଛି। ଏହାର ବୈଜ୍ଞାନିକ କାରଣ ରହିଛି। ପାଦର ଦ୍ବିତୀୟ ଆଙ୍ଗଠୀରେ ମୁଦି ଧାରଣ କରାଯାଇଥାଏ। ସେହି ଆଙ୍ଗୁଠୀର ସମ୍ବନ୍ଧ ଗର୍ଭାଶୟ ଓ ହୃହୟ ସହ ରହିଛି। ଏହାଦ୍ବାରା ମହିଳାମାନେ ଗର୍ଭାଶୟ ଓ ହୃଦୟ ସମ୍ବନ୍ଧୀୟ ରୋଗ ଠାରୁ ଦୂରେଇ ରହିଥାଆନ୍ତି। ପାଦରେ ଚାନ୍ଦିର ମୁଦି ଧାରଣ କରିବା ଉତ୍ତମ ଅଟେ। ଏହା ଶରୀରରେ ଅନୁକୂଳ ପ୍ରଭାବ ପକାଇଥାଏ। ଚାନ୍ଦି ଶରୀରରେ ଶକ୍ତି ବୃଦ୍ଧି କରିଥାଏ।

ତମ୍ବା କଏନର ବ୍ୟବହାର :

ପୁରାତନ ଯୁଗରେ ତମ୍ବାର କଏନ ବ୍ୟବହାର କରାଯାଉଥିଲା। ତମ୍ବାର ପାତ୍ରରେ ଖାଦ୍ୟ ଖାଇବା ଓ ପାଣି ପିଇବା ଶରୀର ପାଇଁ ହିତକାରକ ଅଟେ। ତମ୍ବାର ପାତ୍ରରେ ପାଣି ପିଇବା ଦ୍ବାରା ତାହା ଶରୀରକୁ ଶୁଦ୍ଧ କରିଥାଏ। ପୁରାତନ କାଳରେ ନଦୀରେ ତମ୍ବାର କଏନ ପକାଇ ଦେଉଥିଲେ। ଏପରି କରିବା ଦ୍ବାରା ନଦୀର ଜଳ ଶୁଦ୍ଧ ହୋଇଥାଏ ବୋଲି ବିଶ୍ବାସ ରହିଛି।

କୁଙ୍କୁମ ଲଗାଇବାର କାରଣ :

ମଥାର ମଧ୍ୟଭାଗରେ ତିଳକ ବା କୁଙ୍କୁମ ଲଗାଇବାର ପରମ୍ପରା ବହୁ ପୁରାତନ ଅଟେ। କିଳକ ଲଗାଇବା ଦ୍ବାରା ମଥାରେ ପ୍ରଭାବ ପଡିଥାଏ। ଏହାଦ୍ବାରା ଶରୀରରେ ନୂଆ ଶକ୍ତି ସଞ୍ଚାର ହୋଇଥାଏ। ତିଳକ ଲଗାଇବା ଦ୍ବାରା ଏକାଗ୍ରତା ବୃଦ୍ଧି ପାଇଥାଏ। ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ।

ମନ୍ଦିରରେ ଘଣ୍ଟି ବଜାଇବା :

ମନ୍ଦିରରେ ଘଣ୍ଟି ବଜାଇବାର ଅନେକ ଲାଭଦାୟକ ଗୁଣ ରହିଛି। ମନ୍ଦିରରେ ଘଣ୍ଟି ବଜାଇବା ଦ୍ବାରା ପରିବେଶ ଶୁଦ୍ଧ ରହିଥାଏ। ଘଣ୍ଟିର ଶଦ୍ଦ ଦ୍ବାରା ନକରାତ୍ମକ ଶକ୍ତି ଶରୀରକୁ ପ୍ରବେଶ କରି ପାରନଥାଏ। ଏହା ଭଗବାନଙ୍କର ପ୍ରିୟ ଅଟେ। ଘଣ୍ଟିର ଶଦ୍ଦ ଦ୍ବାରା ଶରୀରରେ ଥିବା ସାତଟି ବିନ୍ଦୁ ଜାଗ୍ରତ ହୋଇଥାଆନ୍ତି। ଏହାଦ୍ବାରା ନକରାତ୍ମକ ଶକ୍ତି ଶରୀର ମଧ୍ୟରୁ ବାହାରି ଯାଇଥାଏ।

Leave A Reply