ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଧାରଣା

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ବୁଧବାର ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଏଦିଗରେ କୌଣସି ଠୋସ୍‌ ନିଷ୍ପତ୍ତି ନେଇ ନ ଥିବା ବେଳେ କେବଳ ଲୋକମାନଙ୍କୁ ବିଭ୍ରାନ୍ତକର ସୂଚନା ଦେଉଛନ୍ତି ବୋଲି ମଞ୍ଚର ସଭାପତି ତ୍ରିନାଥ ମହାରଣା ପ୍ରକାଶ କରିଛନ୍ତି। ଗତ ବର୍ଷ ଜାନୁୟାରୀରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦିଆଯାଉଛି। ବିଭିନ୍ନ ସଂଗଠନଗୁଡ଼ିକ ଆନ୍ଦୋଳନ ମଧ୍ୟ କରୁଛନ୍ତି। ହେଲେ ସରକାରୀ ସ୍ତରରେ ଏପର୍ୟ୍ୟନ୍ତ କୌଣସି ଘୋଷଣା ନହେବା ପରିତାପର ବିଷୟ ବୋଲି ସେ କହିଛନ୍ତି। ସଂପାଦକ ହିମାଂଶୁ କୁମାର ପଟ୍ଟନାୟକ, ଯୁଗ୍ମ ସଂପାଦକ ଲଳିତ କୁମାର ସାହୁ, ନିଳାମ୍ବର ସାହୁ, ଶିବ ପ୍ରସନ୍ନ ମିଶ୍ର, ରବିନ୍ଦ୍ର କୁମାର ସାହୁ ଏବଂ କ୍ଷେତ୍ରୀହରି ସିଂହ ପ୍ରମୁଖ ଏହି ଧାରଣାରେ ଭାଗନେଇଥିଲେ।

Comments are closed.