ଖାଦ୍ୟକୁ ନେଇ ଆପତ୍ତି: ସଙ୍ଗରୋଧ କେନ୍ଦ୍ର ବାହାରେ ଶତାଧିକ ପ୍ରବାସୀଙ୍କ ଧାରଣା

ବ୍ରହ୍ମପୁର: ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କ ଖାଦ୍ୟପେୟଠାରୁ ଆରମ୍ଭ କରି ସେମାନଙ୍କର ପରିଛନ୍ନତା, ବିଛଣା, ତକିଆ ବେଡ଼ସିଟ୍ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରିଛନ୍ତି । ଖାଇବା ପାଇଁ ଦୈନିକ ୧୨୦ ଟଙ୍କା ଜଣପିଛା ବରାଦ କରିଛନ୍ତି । ସକାଳ, ମଧ୍ୟାହ୍ନ, ସନ୍ଧ୍ୟା ଓ ରାତିରେ ଖାଦ୍ୟ ଓ ଜଳଖିଆ ବ୍ୟବସ୍ଥା ହୋଇଛି । କେଉଁଦିନ କେତେବେଳେ କ’ଣ ଖାଇବାକୁ ଦିଆଯିବ ତାହାର ରୁଟିନ୍ ତିଆରି କରି ଦେଇଛନ୍ତି । ତଥାପି କିଛି ସ୍ଥାନରେ ଅନ୍ତେବାସୀଙ୍କୁ ସାରଣୀ ଅନୁସାରେ ଖାଦ୍ୟ ମିଳୁନାହିଁ । ଏଥିପାଇଁ କେତେକ ସ୍ଥାନରେ ଅନ୍ତେବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ କିଛି ସ୍ଥାନରେ ଖାଦ୍ୟ ଫିଙ୍ଗିବାର ମଧ୍ୟ ନଜିର ରହିଛି । ଏବେ ଗଞ୍ଜାମ ଜିଲାର ଆଉ ଏକ ସଙ୍ଗରୋଧ କେନ୍ଦ୍ରରେ ଅନୁରୂପ ଅବ୍ୟବସ୍ଥା ନେଇ ଆପତ୍ତି ଉଠାଇଛନ୍ତି ଅନ୍ତେବାସୀ । ଖାଦ୍ୟ ନ ଖାଇ କେନ୍ଦ୍ର ବାହାରେ ଧାରଣା ଦେଇଛନ୍ତି ।

ଘଟଣାଟି ଘଟିଛି ଶେରଗଡ଼ ବ୍ଲକ୍ ଠୁରୁବୁରାଇ ସଙ୍ଗରୋଧ କେନ୍ଦ୍ରରେ । ଏଠାରେ ଅନ୍ତେବାସୀମାନେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଓ ସାରଣୀର ଉଲ୍ଲଙ୍ଘନକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଧାରଣା ଦେଇଛନ୍ତି । ଧାରଣାରେ ପ୍ରାୟ ଶତାଧିକ ଅନ୍ତେବାସୀ ସାମିଲ ହୋଇଛନ୍ତି । ଉଚ୍ଚ ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ସେମାନେ ବସି ରହିବେ ବୋଲି ଧମକ ଦେଇଛନ୍ତି । ସରପଞ୍ଚ କି ଶିକ୍ଷକ ସେଠାକୁ ଆସିଲେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ର ପରିସରରେ ଭର୍ତି କରିଦେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

Comments are closed.