ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା; ଆଜିଠାରୁ ୧୧ ଦିନ ପର୍ଯ୍ୟନ୍ତ ଚାଲିବ କଂସର ରାଜୁତି

0

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି । ବରଗଡରେ ଆଜିଠାରୁ ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ କଂସର ରାଜୁତି ଚାଲିବ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ ସହର ଅପୂର୍ବ ରୂପରେ ସଜ ହୋଇଛି । ଆଜି ଅପରାହ୍ନ ୨ ଟାରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସମସ୍ତ କଳାକାର ସାଂସ୍କୃତିକ ଶୋଭାଯାତ୍ରାରେ ରାଜଦରବାରରେ ପହଞ୍ଚିବେ । ସଂଧ୍ୟାରେ ସାଂସଦ, ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସଂଧ୍ୟାରେ ରାଜକୀୟ ଆଡମ୍ବରରେ ଦେବକୀ-ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ । ଏଥିରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ନାଚଗୀତ ମଧ୍ୟ ମଞ୍ଚସ୍ଥ ହେବାର କାର୍ୟ୍ୟକ୍ରମ ରହିଛି । ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବ ୭୦ ବର୍ଷ ପୂରଣ କରିବାକୁ ଯାଉଛି ।

Leave A Reply