ଶେଷ ହେଲା ବୌଦ୍ଧର ପ୍ରସିଦ୍ଧ ଧନୁଯାତ୍ରା

ବୌଦ୍ଧ: କରୋନା କଟକଣା ମଧ୍ୟରେ ସରିଲା ପ୍ରସିଦ୍ଧ ଧନୁଯାତ୍ରା । ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ମନ୍ଦିର ଭିତରେ ନୀତିକାନ୍ତି ମଧ୍ୟରେ ଧନୁଯାତ୍ରା ଶେଷ ହୋଇଛି । ମଦନମୋହନ ମନ୍ଦିର ପରିସରରେ ସିମିତ ସଂଖ୍ୟକ କମିଟି ସଦସ୍ୟଙ୍କୁ ନେଇ ପାରମ୍ପରିକ ରିତିନିତି ସହ ଧନୁଯାତ୍ରା ପାଳନ କରାଯିବା ସହ ଶେଷ ହୋଇଛି ଧନୁଯାତ୍ରା । ତିନିବର୍ଷ ହେଲା କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ମଦନ ମୋହନ ନାଟ୍ୟ କଳା ପରିଷଦର କଳାକାରମାନେ ଧନୁଯାତ୍ରା ଉତ୍ସବକୁ କେବଳ ନୀତିକାନ୍ତିରେ ସିମିତ ରଖି ପାଳନ କରିଛନ୍ତି । କଳା ପରିଷଦର କଳାକାରମାନେ ଆଜି ବ୍ରତ ସମାପନ କରିଛନ୍ତି । ଶେଷ ଦିବସରେ କୃଷ୍ଣ ବଳରାମ ବେଶ ଧାରଣ କରି ଅନ୍ୟ କଳାକାର ମାନଙ୍କ ସହ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ରୋଗୀ ଓ ଅନ୍ତେବାସୀ ମାନଙ୍କୁ ଫଳ ବିତରଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି ରାମହରି ପାତ୍ର, ସମ୍ପାଦକ ମୋତିଲାଲ ଯୋଶୀରା , ସିଡିଏମଓ, ଏଡିଏମଓଙ୍କ ସହିତ ଅନ୍ୟମାନେ ସାମିଲ ହୋଇଥିଲେ ।

Comments are closed.