ଜାଣନ୍ତୁ  ଧନତେରାସ୍ ବିଭିନ୍ନ ଧାତୁ କିଣିବାର ପ୍ରକୃତ କାରଣ

0

ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ତ୍ରୟୋଦଶୀ ତିଥିରେ ଧନ୍ୱନ୍ତରୀଙ୍କର ଜନ୍ମ ହୋଇଥିଲା। ତେଣୁ ଏହାକୁ ଧନତେରାସ୍ ପର୍ବ ଭାବରେ ପାଳନ କରାଯାଇଥାଏ। ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଏହି ଦିନରେ ବାସନ କିଣିବାର ପରମ୍ପରା ରହିଛି।

ଏହି ଦିନରେ ସ୍ୱର୍ଣ୍ଣ, ରୂପା, ତମ୍ବା, ଆଦି ବିଭିନ୍ନ ଦ୍ରବ୍ୟ କ୍ରୟ କରିବା ଦ୍ୱାରା ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନରେ ସୁନା, ରୂପା ଆଦି କିଣିଲେ ମା’ଲକ୍ଷ୍ମୀଙ୍କ କୃପା ମିଳିବା ସହ ଗୃହରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ବିଭିନ୍ନ ଧାତୁର ଦ୍ରବ୍ୟ କିଣିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ, ବିଭିନ୍ନ ରୋଗ ଆଦି ଦୂର ହୁଏ ବୋଲି ମଧ୍ୟ କୁହାଯାଏ।

ପ୍ରତ୍ୟେକ ବ୍ୟକ୍ତି ନିଜ ରାଶି ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାର ଧାତୁର ଦ୍ରବ୍ୟ କିଣିଥାଆନ୍ତି। ବିଭିନ୍ନ ପ୍ରକାର ଅଳଙ୍କାର ମଧ୍ୟ କିଣିଥାଆନ୍ତି। ଏହି ଦିନରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ଥିବା ରୂପାର ଏକ ଟଙ୍କାରେ ଆଣି ଠାକୁର ଘରେ ପୂଜା କରିବା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିବା ସହ ପରିବାରର ସଦସ୍ୟ ମଧ୍ୟରେ ସଂପର୍କ ସୁଦୃଢ ହୋଇଥାଏ।

Leave A Reply