କେବଳ ସୁନା-ଚାନ୍ଦି ନୁହେଁ ଧନତେରସ ଦିନ କିଣନ୍ତୁ ଝାଡ଼ୁ , ଜାଣନ୍ତୁ ଏହାର ବିଶେଷ ମହତ୍ତ୍ୱ

ଆଉ ଅଳ୍ପ ଦିନ ବାକି ରହିଲା ଧନତେରସ। ଏହି ଦିନ ସୁନା-ଚାନ୍ଦି, ବାସନକୁସନ ଆଦି କିଣିବାର ବିଧାନ ରହିଛି। ମାତ୍ର ଏହି ଦିନ ଆଉ ଏକ ଜିନିଷ ନିଶ୍ଚୟ କିଣିବା ଉଚିତ। ତାହା ହୁଏତ ସଭିଏଁ ଜାଣି ନଥିବେ। ଜିନିଷଟି ହେଉଛି ଝାଡ଼ୁ।
ଧନତେରସ ଦିନ ଝାଡ଼ୁ କିଣିବା ଦ୍ୱାରା ଗୃହରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏହିଦିନ ଝାଡ଼ୁ କିଣିବା ସହ ଏହାସହ ଜଡ଼ିତ କିଛି ମାନ୍ୟତା ଗୁଡ଼ିକୁ ପାଳନ କଲେ ଘରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ଏହା ବିଷୟରେ ….
ଧନତେରସ ଦିନ କିଣିଥିବା ଝାଡ଼ୁ ସହ ଜଡ଼ିତ ପ୍ରଥମ ନିୟମ ହେଉଛି, ଏହାକୁ କିଣିବା ଦିନ ଏହାର ବେଣ୍ଟରେ ଧଳା ରଙ୍ଗ ସୂତା ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।
ଧନତେରସ ଦିନ ଏକକାଳୀନ ୩ଟି ଝାଡ଼ୁ କିଣନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ। ମାତ୍ର କଦାପି ସମ ସଂଖ୍ୟକ ଝାଡ଼ୁ କିଣିବା ଉଚିତ ନୁହେଁ।
ଝାଡ଼ୁକୁ କଦାପି ପାଦରେ ମାରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ମଙ୍ଗଳବାର ଓ ରବିବାର କଦାପି ଝାଡ଼ୁ କିଣିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ।
ଦୀପାବଳୀ ଦିନ ମନ୍ଦିରରେ ଝାଡ଼ୁ ଦାନ କରିବା ଦ୍ୱାରା ଆପଣଙ୍କ ଗୃହରେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ରହିବ। ମାତ୍ର ମନ୍ଦିରରେ ଝାଡ଼ୁକୁ ସୂର୍ଯ୍ୟୋଦୟ ପୂର୍ବରୁ ଦାନ କରନ୍ତୁ। ଦାନ କରିବା ଝାଡ଼ୁକୁ ଧନତେରସ ଦିନ ପୂର୍ବରୁ କିଣନ୍ତୁ।

Comments are closed.