ଧନ ତେରସରେ ଦାନ କରନ୍ତୁ ଏହି ଜିନିଷ

ଧନ ତେରସରେ ବାସନ, ସୁନା, ରୂପା, ଧନିଆ, ପୋଷାକ, ଗାଡି, ସମ୍ପତ୍ତି ଇତ୍ୟାଦି କିଣିବାର ପରମ୍ପରା ରହିଛି। ଚଳିତ ବର୍ଷ ଧନ ତେରସ   ନଭେମ୍ବର ୨ ଅର୍ଥାତ ମଙ୍ଗଳବାର । ଏହି ଦିନ ୪ଟି ଜିନିଷ ଦାନ କରିବା ଦ୍ୱାରା ଘରେ ବର୍ଷସାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି। ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ’ଣ ……..

ଝାଡୁ : ଧନ ତେରସରେ ଏକ ନୂତନ ଝାଡୁ କିଣାଯାଇ ପୂଜା କରାଯାଏ । ଘରକୁ ଏକ ନୂଆ ଝାଡୁ ଆଣିବା ବ୍ୟତୀତ, ଆପଣ ଏକ ଭଲ ଝାଡୁକୁ ଏକ ମନ୍ଦିର କିମ୍ବା ସୁଇପରକୁ ଦାନ କରିପାରିବେ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।

Related Posts

୨. ଖାଦ୍ୟ ଦାନ: ଖାଦ୍ୟ ଦାନ ହିନ୍ଦୁ ଧର୍ମରେ ସବୁଠାରୁ ବଡ ଦାନ ବୋଲି ବିବେଚନା କରାଯାଏ ।  ଆପଣ ଧନ ତେରସରେ ଅସହାୟଙ୍କୁ  ଖାଇବାକୁ ଦେଇପାରିବେ । ଖାଦ୍ୟରେ ଚାଉଳ, ନଡିଆ ଏବଂ ହଳଦିଆ ରଙ୍ଗର ମିଠା ରହିବା ଜରୁରୀ । ଭୋଜନ ପରେ କିଛି ଟଙ୍କା ମଧ୍ୟ ଦେଇପାରିବେ। ଏହାଦ୍ୱାରା ଘରେ ବର୍ଷସାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।

୩. ଲୁହା  ଦାନ: ଧନ ତେରସରେ ଲୁହା  ଦାନ କରିବା ଦୁର୍ଭାଗ୍ୟକୁ ଦୂର କରିଥାଏ ଏବଂ ଶୁଭ ଫଳାଫଳ ଦେଇଥାଏ ।

୪. ପୋଷାକ ଦାନ: ଧନ ତେରସରେ ହଳଦିଆ ପୋଷାକ ଅଭାବୀ ଲୋକଙ୍କୁ ଦାନ କରାଯିବା ଉଚିତ୍ ।  ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଓ  କୁବେରଦେବଙ୍କ କୃପା ପ୍ରାପ୍ତ ହୁଏ ।

Comments are closed.