ଧନତେରାସ ଦିନ ଅବଶ୍ୟ କିଣନ୍ତୁ ଏହି ୫ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

ଚଳିତବର୍ଷ ଅକ୍ଟୋବର ୨୭ ଅର୍ଥାତ୍ ଆସନ୍ତା ରବିବାର ହେଉଛି ଦୀପାବଳି। ଏହାର ଦୁଇ ପୂର୍ବରୁ ଅର୍ଥାତ୍ ଧନତେରାସ ଦିନ ଧନର ଦେବୀ ମା’ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ। ଏହି ଦିନରୁ ହିଁ ଦୀପାବଳି ଆରମ୍ଭ ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ଏହି ଦିନ ଭଗବାନ ଧନୱନ୍ତରୀ ନିଜ ସହ ଅମୃତ କଳସ ଏବଂ ଆର୍ୟୁବେଦ ଚିକିତ୍ସା ପ୍ରଦ୍ଧତି ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଭଗବାନ ଧନୱନ୍ତରୀଙ୍କୁ ଔଷଧର ଜନକ ବୋଲି କୁହାଯାଏ।

ଧନତେରାସ ଦିନ ଧନର ଦେବତା କୁବେରଙ୍କୁ ମଧ୍ୟ ପୂଜା କରାଯାଏ। ଭଗବାନ କୁବେରଙ୍କୁ ମା’ ଲକ୍ଷ୍ମୀଙ୍କ ଖଞ୍ଜାଞ୍ଚି (କୋଷାଧ୍ୟକ୍ଷ ବା କ୍ୟାସିୟର) କୁହାଯାଏ। ଏହି ଦିନ କିଣାକିଣି କରିବା ବିଶେ​‌ଷ ଶୁଭ ବୋଲି ବିଶ୍ବାସ ରହିଛି। ମାନ୍ୟତା ରହିଛି ଯେ, ଏହି ଦିନ ଯେଉଁ ବସ୍ତୁ କିଣାଯାଏ, ତାହା ୧୩ ଗୁଣ ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ଏଭଳି କିଛି ଜିନିଷ ରହିଛି ଯାହା ଧନ​‌ତେରାସ ଦିନ କିଣିବା ଦ୍ବାରା ବର୍ଷସାରା ଘରେ ସୌଭାଗ୍ୟ ବଳବତ୍ ରହିଥାଏ। ତେବେ ଆସନ୍ତୁ ଜାଣିବା ଧନ​‌ତେରାସ ଦିନ କେଉଁ ଜିନିଷ କିଣିବେ।

ବ୍ୟବସାୟିକ ସାମଗ୍ରୀ: ଧନତେରାସ ଦିନ ଆପଣ ନିଜ ବ୍ୟବସାୟ ସହ ଜଡିତ କିଛି ଜିନିଷ କିଣି ପାରିବେ। ଏହି ଦିନ କିଣିଥିବା ଜିନିଷକୁ ଦୀପାବଳି ଦିନ ପୂଜା ଦ୍ବାରା ବିଶେ​‌ଷ ଲାଭ ମିଳିଥାଏ।

ଝାଡୁ: ଧନତେରାସ ଦିନ ଝାଡୁ କିଣିବା ବହୁତ ଶୁଭ ହୋଇଥାଏ। ଏହି ଦିନ ଝାଡୁ କିଣିବା ଦ୍ବାରା ଘରର ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ଧନତେରାସ ଦିନ କିଣା ଯାଇଥିବା ଝାଡୁକୁ ଦୀପାବଳି ଦିନ ପୂଜା କରି ବ୍ୟବହାର କରିବା ଉଚିତ୍। ଏହି ଝାଡୁ ଘରର ନକରାତ୍ମକ ଶକ୍ତି ଓ ଦରିଦ୍ରତା ଦୂର କରିଥାଏ।

ବେଦ୍ୟୁତିକ ସାମଗ୍ରୀ: ଏହି ଦିନ ବେଦ୍ୟୁତିକ ସାମଗ୍ରୀ କିଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ ରହିଛି। ଏହି ଦିନ ଆପଣ ମୋବାଇଲ ଫୋନ୍, ଲାପଟପ୍, ଓଭେନ୍, ଫ୍ରିଜ୍ ଇତ୍ୟାଦି କିଣି ପାରିବେ।

ଅଖଣ୍ଡ ଧନିଆ: ଧନତେରାସ ଦିନ ଅଖଣ୍ଡ ଧନିଆ କିଣିବା ଦ୍ବାରା ଘରେ ସୁଖ-ଶାନ୍ତି ଆସିଥାଏ। ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ଏହି ଅଖଣ୍ଡ ଧନିଆକୁ ଅର୍ପଣ କରନ୍ତୁ ଏବଂ ଏହାକୁ ନିଜ ତିଜୋରୀ ବା ଟଙ୍କା ପଇସା ରଖିବା ସ୍ଥାନରେ ରଖନ୍ତୁ।

ବାସନକୁସନ: ଏହି ଦିନ ବାସନକୁସନ କିଣିବାର ପରମ୍ପରା ରହିଛି। କେଉଁ ଧାତୁରେ ନିର୍ମିତ ବାସନକୁସନ କିଣିବେ, ଏହାକୁ ନେଇ ଯଦି ଆପଣ ଦ୍ବନ୍ଦରେ ଥାଆନ୍ତି ତେବେ ପିତଳ ବାସନ କିଣନ୍ତୁ। ପିତଳ ବାସନକୁସନ କିଣି ଏହାକୁ ଘରର ପୂର୍ବ ଦିଗରେ ରଖନ୍ତୁ।

ଏତତ୍ ବ୍ୟତୀତ ଧନତେରାସ ଦିନ ଆଭୂଷଣ, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା, ଚାନ୍ଦିର ମୁଦ୍ରା, ଗାଡି, ଭୂମି, ବସ୍ତ୍ର, ରୋଷେଇ ବା ଘର କରଣା ସାମଗ୍ରୀ କିଣି ପାରିବେ। ଯଦି ଚାନ୍ଦି ବାସନକୁସନ କିଣୁଛନ୍ତି ତେବେ ତାହାକୁ ଖାଲି ଘରକୁ ନଆଣି ସେଥିରେ ଗୁଡ ବା କୌଣସି ମିଠା ପଦାର୍ଥ ରଖି ଆଣିବା ଉଚିତ୍। ଘରକୁ ଆଣିବା ପରେ ଗଙ୍ଗାଜଳ ସିଞ୍ଚନ କରି ସୁନ୍ଦର ତିଳକ ଲଗାନ୍ତୁ। ସେଥିରେ ରକ୍ଷା ସୂତ୍ର ବାନ୍ଧି ଦୀପାବଳି ପୂଜା ସମୟରେ ପାଖରେ ରଖନ୍ତୁ।

 

Comments are closed.