ଧୁରୁଷିଆରେ ଧାନମଣ୍ଡି ଉଦଘାଟିତ

ଗୁରୁଡିଝାଟିଆ : ଧୁରୁଷିଆ ସେବା ସମବାୟ ସମିତି ପକ୍ଷରୁ ଆଜି ଧୁରୁଷିଆ ଠାରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଛି। ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ବଟକିଶୋର ସେଠୀ, ସରପଞ୍ଚ ଯୋଗୀନାଥ ବେହେରା, ସେବା ସମବାୟ ସମିତିର ପୂର୍ବତନ ସଭାପତି ନିରାକାର ଲେଙ୍କା, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ହୃଦାନନନ୍ଦ ସାମନ୍ତ, ଲକ୍ଷ୍ମୀପ୍ରିୟା ବେହେରା, ସରୋଜ କୁମାର ପଣ୍ଡା, ନିଳମଣୀସାହୁ ଅତିଥି ଭାବେ ଯୋଗଦେଇ ଧାନମଣ୍ଡି ଉଦଘାଟନ କରିବା ସହିତ କୃଷକମାନେ ଯେଭଳି ସୁରୁଖୁରୁରେ ଧାନ ଦେଇପାଇପାରିବେ ସେଥିପାଇଁ ଗୁରତ୍ୱାରୋପ କରିଥିଲେ। ସେବା ସମବାୟ ସମିତିର ସଂପାଦକ ଅନାମ ଖଟୁଆ ଓ ହାଡିବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ଠାରୁ ଧାନ ମିଲର ଜରିଆରେ ପ୍ରେରଣ କରିଥିଲେ।

Comments are closed.