ଭାଷାବିତ୍‍ ଧନେଶ୍ୱର ମହାପାତ୍ରଙ୍କ ପରଲୋକ

0

କଟକ : ବିଶିଷ୍ଟ ଭାଷାବିତ୍‍ ଧନେଶ୍ୱର ମହାପାତ୍ର(୮୬)ଙ୍କ ସୋମବାର ଅପରାହ୍ଣରେ କଟକର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜୀବନ କୁମାରୀ ମହାପାତ୍ର, ପୁଅ ରେଭେନ୍‍ସା ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗୀୟ ମୁଖ୍ୟ ଧର୍ମବ୍ରତ ମହାନ୍ତି, ବୋହୂ ସଂଯୁକ୍ତା ମହାପାତ୍ର, ଜ୍ୱାଇଁ ପ୍ରଫେସର ବିଜୟ କୁମାର ଶତପଥୀ, ଡାକ୍ତର ଅଜିତ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ନନ୍ଦ, ମାନସ କବି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଉକ୍ତ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମରଶରୀରକୁ ପ୍ରଥମେ ରେଭେନ୍‍ସା ବିଶ୍ୱବିଦ୍ୟାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କ କଲ୍ୟାଣୀନଗରସ୍ଥିତ ବାସଭବନକୁ ନିଆଯାଇଥିଲା। ପରଲୋକ ଖବର ପାଇ ପ୍ରଫେସର ବୈଷ୍ଣବ ଚରଣ ସାମଲ, ପ୍ରଫେସର ଡା. ଶ୍ୟାମା କାନୁନ୍‍ଗୋ,  ଡାକ୍ତର ସୁବୋଧ ପ୍ରହରାଜ, ଡ. ନବକିଶୋର ମିଶ୍ର, ଡ. ଗୋବିନ୍ଦ ଭୂୟାଁ, ଡା. ସୁଦର୍ଶନ ପଟ୍ଟନାୟକ, ଗୌରହରି ମହାନ୍ତି, ଡ. ଅର୍ଜ୍ଜୁନ ଚରଣ ମଲ୍ଲିକ, ଡ. ନବକିଶୋର ଷଡ଼ଙ୍ଗୀ, ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଶିଶୁ ସାହିତ୍ୟ ଲେଖକ ସମ୍ମେଳନ ପକ୍ଷରୁ ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଉଦୟଭାନୁ ସାହିତ୍ୟ ସଂସଦ ପକ୍ଷରୁ ସରୋଜିନୀ ମିଶ୍ର(ପଣ୍ଡା), ବାବାଜୀ ଚରଣ ଲେଙ୍କା, ଉତ୍କଳ ଗ୍ରାମ ସ୍ୱରାଜ୍ୟ ପକ୍ଷରୁ ବ୍ରହ୍ମାନନ୍ଦ ମହାନ୍ତି ସୁଧୀର କୁମାର ନାୟକ, ଆଦର୍ଶ ପ୍ରତିଭା ବିକାଶ ପରିଷଦ ପକ୍ଷରୁ ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡଃ ବିଜୟାନନ୍ଦ ସିଂହ, ଉପସଭାପତି ଡଃ ପ୍ରଭାସ ଆଚାର୍ଯ୍ୟ, ସମ୍ପାଦକ ଗୋବିନ୍ଦ ଚାନ୍ଦ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

Leave A Reply