ଦାତବ୍ୟ ସ୍ୱାସ୍ଥ୍ୟ ସେବା ଶିବିର

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ କୁଷ୍ପଙ୍ଗୀ ପଞ୍ଚାୟତରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ସେବା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଗୃହରେ ଆୟୋଜିତ ଏହି ଶିବିରକୁ ସରପଞ୍ଚ ରତ୍ନପ୍ରଭା ରାଉତ ଓ ଇମ୍ଫା ଡି.ଜି.ଏମ୍ ଜି.ସାରଦା ପ୍ରସାଦ ରାଓ ଉଦଘାଟନ କରିଥିଲେ । ଏହି ଶିବିରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୪୫୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ପ୍ରଦାନ କରା ଯାଇଥିଲା । ଡା.ହିମାଂଶୁ ସାହୁ, ଡା.ବିଶ୍ୱରଞ୍ଜନ ସ୍ୱାଇଁ, ଡା.ରୋଜାଲିନ ରାଉତରାୟ, ଡା.ସବ୍ୟସାଚି ମହାପାତ୍ର ପ୍ରମୁଖ ରୋଗୀ ପରୀକ୍ଷା ଓ ଚିକିତ୍ସା ପ୍ରଦାନ କରିଥିଲେ। ପ୍ରଶାନ୍ତ କୁମାର ସାହୁ, ଧ୍ରୁବ ଚରଣ ରାଉତ, ମାନସ ରଞ୍ଜନ ପ୍ରଧାନ,ରବୀନ୍ଦ୍ର ବେହେରା , ପଞ୍ଚାୟତର ସୁବାଷ ଚନ୍ଦ୍ର ସାମଲ,ମହେଶ୍ୱର ରାଉତ,ମହେଶ୍ୱର ବେହେରା,ସୁଦର୍ଶନ ରାଉତ ଓ ପ୍ରତାପସେନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଭୁମିକା ଚକ୍ଷୁ ଚିକିତ୍ସା କେନ୍ଦ୍ର ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ୧୦ରୁ ଅଧିକ ଚକ୍ଷୁ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଫାଉଣ୍ଡେସନର ଅଧିକାରୀ ନିଲେନ୍ଦୁ ଚାଟାର୍ଜୀ, ଆଶିଷ୍ ଦାସ, ଚନ୍ଦ୍ରଶେଖର ମହାପାତ୍ର, ଶୁଭଶ୍ରୀ ନାୟକ, ମନୋଜ ମହାପାତ୍ର, ଅନିଲ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.