ଢଁସର ସେବା ସମବାୟ ସମିତିରେ ରବିଧାନ ମଣ୍ଡି

ବାଙ୍କୀ: ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ସୌଜନ୍ୟତାରେ ସୋମବାର ଢଁସର ସେବା ସମିତିରେ ରବିଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅଜୟ କୁମାର ରାଉତ, ଜିଲ୍ଲାପରିଷଦ ପ୍ରତିନିଧି ସମରେନ୍ଦ୍ର ମହାପାତ୍ର, ପୂର୍ବତନ ସଭାପତି ଯୋଗେଶ ଚନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ପ୍ରତିମା ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରବି ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି। ଢଁସର ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ସନ୍ତୋଷ କୁମାର ନାୟକ ଧାନମଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକଙ୍କ ସୂଚନା କ୍ରମରେ ଆଜି ୧୧ଜଣ ଚାଷୀଙ୍କଠାରୁ ୫୦୦କ୍ୱିଣ୍ଟାଲ ଧାନ ସରକାରୀ ଧାର୍ଯ୍ୟ ଦରରେ କ୍ରୟ କରାଯାଇଛି। ଧାନ କ୍ରୟ କମିଟିର ସଦସ୍ୟମାନେ ଉପସ୍ଥିତି ଥିଲେ। ଚଳିତ ରବି ଧାନ ମଣ୍ଡିରେ ପଞ୍ଜୀକୃତ ଚାଷୀଙ୍କଠାରୁ ୩ହଜାର ୧୮୩କ୍ୱିଣ୍ଟାଲ ଧାନ କିଣାଯିବା ପାଇଁ ଯୋଗାଣ ବିଭାଗର ଧାର୍ଯ୍ୟଲକ୍ଷ୍ୟ ଥିବା ସୂଚନା ମିଳିଛି।

Comments are closed.