କଲାମ ଘାଟି ନିକଟରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

0

ଧାମରା : ଭଦ୍ରକ ଜିଲା ଧାମରାରେ ଚାଲିଥିବା ମିଳିତ ସମରାଭ୍ୟାସ ସାଗର-ବିଜଲୀ-୨୦୧୯ ବୁଧବାର ଶେଷ ହୋଇଛି। ଉପକୂଳ ସୁରକ୍ଷା ତଥା ଆତଙ୍କବାଦୀ ମାନଙ୍କୁ ପ୍ରତିହିତ କରାଯିବା ପାଇଁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସରେ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ରାଜ୍ୟ ପୁଲିସ ଏବଂ ଭାରତୀୟ ତଟରକ୍ଷୀ ଓ ଭାରତୀୟ ନୌସେନା ସହଯୋଗରେ ଚାଲିଥିବା ସାଗର-ବିଜଲୀର ବୁଧବାର ଶେଷ ଦିନ ଥିଲା। ଆଜି ବୁଧବାର ସକାଳ ୯.୧୫ମିନଟରେ ୪ଜଣ ସନ୍ଦିଗ୍ଧ ଆତଙ୍କବାଦୀ ମାନଙ୍କୁ ଏକ ମାଛ ଧରା ବୋଟ (ଓମ ନମ ଶିବାୟ ) ମଧ୍ୟରେ ଠାବ କରାଯାଇଥିଲା। ଏହି ସନ୍ଦିଗ୍ଧ ଆତଙ୍କବାଦୀ ମାନେ ଆସି କଲାମ ଘାଟି ନିକଟରେ ବୋଟ ମଧ୍ୟରେ ରହି କଲାମ ଘାଟିର ଫଟୋ ଉତ୍ତୋଳନ କରୁଥିବା ଜଣାଯାଇଛି। ଏହି ଆତଙ୍କବାଦୀ ମାନଙ୍କୁ ଠାବ କରିବା ପରେ ସେମାନଙ୍କୁ ଧାମରା ମେରାଇନ ଥାନାକୁ ଅଣାଯାଇ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରାଯାଇ ସେମାନଙ୍କୁ ଛାଡି ଦିଆଯାଇଥିଲା। ତରୁଣ କୁମାର ସାହୁ, ଶିବ ଶଙ୍କର ରାଉତ ଓଡିଶା ଗୃହ ବିଭାଗରରେ କନେଷ୍ଟବଳ ଥିବା ବେଳେ ପବନ କୁମାର ଏବଂ ସନ୍ତୋଷ ପଟଓାଲ ଭାରତୀୟ ନେଭିରେ କାର୍ଯ୍ୟରତ କର୍ମଚାରୀ ବୋଲି ଜଣାଯାଇଛି। ବୁଧବାର ସକାଳ ୬ଟାରେ ଧାମରା ମେରାଇନ ପୁଲିସ, ବାଂଶଡା ପୁଲିସ, ଷ୍ଟ୍ରାଇକିଂ ଫୋର୍ସର ଷ୍ଟାଫ ମାନଙ୍କ ସହଯୋଗରେ ଏହି ସୁରକ୍ଷାଭ୍ୟାସ ଆରମ୍ଭ ହୋଇଥିଲା। ଏହି ସମରାଭ୍ୟାସରେ ଧାମରା ମେରାଇନର ୨ଟି ସ୍ପିଡ ବୋଟ, ଚୁଡାମଣି ଠାରେ ଥିବା ମେରାଇନର ସ୍ପିଡ ବୋଟ ଏବଂ କଷ୍ଟମ ବିଭାଗର ବୋଟ ମଧ୍ୟ ସାମିଲ ହୋଇଥିଲା। ଏଥି ସହ ସାଦା ପୁଲିସ ମାନେ ଧାମରା ବନ୍ଦର, ଧାମରା ପ୍ରତିରକ୍ଷା ଘାଟି, ଚନ୍ଦନୀପାଳ, କରଣପଲ୍ଲୀ, ବାଲିମୁଣ୍ଡା ପ୍ରଭୃତି ସ୍ଥାନ ମାନଙ୍କରେ ପଇଂତରା ଜାରି ରହିଥିଲା। ସମୁଦ୍ର ପଥରେ ଏହି ପଇଂତରା ଧାମରା ଠାରୁ ଆରମ୍ଭ ହୋଇ ଉଡାବାଲି, କଲାମଦ୍ୱୀପ, ବାବୁବାଲି, କେନ୍ଦ୍ରପଡା ଜିଲ୍ଲାର ତାଳଚୁଆ ଏବଂ କଷିଆ ପର୍ଯ୍ୟନ୍ତ ଏହି ପଇଂତରା ଜାରି ରହିଥିଲା।

Leave A Reply