ବେଆଇନ କରତ କଳ ଉପରେ ଚଢ଼ାଉ, ୫୦ ସିପ୍ଟ ମୂଲ୍ୟବାନ କାଠ ଜବତ

ଧାମନଗର: ଭଦ୍ରକ ଜିଲା ଧାମନଗର ବ୍ଲକ ଧୁସୁରୀ ଥାନା ଅନ୍ତର୍ଗତ ନରସିଂହପୁର ଠାରେ ଥିବା ଏକ ବେଆଇନ କରତକଳ ଉପରେ ଆଜି ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି। ଜିଲା ଜଙ୍ଗଲ ବିଭାଗ ଅଧିକାରୀ ଅଧିର କୁମାର ବେହେରା ଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ବନାଞଳ ଅଧିକାରୀ କୁଶଚରଣ ସିଂ ଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ପ୍ରାୟ ୫୦ ସିପ୍ଟ ମୂଲ୍ୟବାନ କାଠ ସହିତ କରତକଳ ଯନ୍ତ୍ରାଂଶ ଜବତ ହୋଇଥିଲା। ଉକ୍ତ ଚଢ଼ାଉରେ ଭଦ୍ରକ ବନାଞଳ ଅଧିକାରୀ ରଞ୍ଜିତ ମହାନ୍ତି, ଚାନ୍ଦବାଲି ରେଞ୍ଜର ସୁବାସ ଚନ୍ଦ୍ର ନାୟକ, ଫରେଷ୍ଟର ବସନ୍ତ କୁମାର ଦାସ, ଅମରେନ୍ଦ୍ର ନାୟକ, ଫରେଷ୍ଟ ଗାର୍ଡ ରେବତୀ ତ୍ରିପାଠୀ, ଲିପିକା ପ୍ରିୟଦର୍ଶିନୀ ନାୟକ, ସୁବାଷିନୀ ସ୍ବାଇଁ, ପ୍ରଜ୍ଞା ନାୟକ ପ୍ରମୁଖ ସାମିଲ ଥିଲେ। ଏହାସହିତ ପୁଲିସ ଓ ଧାମନଗର ଅତିରିକ୍ତ ତହସିଲଦାର ଅନୁପ ବେହେରା ଏଥିରେ ଉପସ୍ଥିତ ଥିଲେ। ଦୀର୍ଘ ଦିନ ଧରି ଏଠାରେ ବେଆଇନ କରତ କଳ ଚାଲୁଥିବା ବେଳେ ଅଭିଯୋଗ ଅନୁଯାୟୀ ବିଭାଗ ପକ୍ଷରୁ ତତ୍କାଳ ଚଢ଼ାଉ ହୋଇଥିବା ସୂଚନା ମିଳିଛି।

Comments are closed.