ବାଲେଶ୍ୱରର ଯୁବତୀ ଧାମରାରୁ ଉଦ୍ଧାର, ଅସଦାଚରଣ ଅଭିଯୋଗରେ ୩ ଗିରଫ

ଧାମରା: ଧାମରା ଥାନା ଡିଆଇ ରୋଡ ନରସିଂହପ୍ରସାଦ ନିକଟରେ ଜଣେ ଯୁବତୀ ରାସ୍ତା କଡରେ ପଡ଼ିଥିବା ଓ ତା ପାଖରେ ୩ ଜଣ ଯୁବକ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଧାମରା ଥାନାକୁ ଖବର ଦେଇଥିଲେ। ପେଟ୍ରୋଲିଙ୍ଗରେ ଥିବା ଧାମରା ଥାନା କର୍ମଚାରୀ ଯୁବତୀକୁ ଉଦ୍ଧାର କରି ଆଣିବା ସହିତ ପାଖରେ ଥିବା ୩ ଜଣ ଯୁବକଙ୍କୁ ଧାମରା ଥାନାରେ ଆଣି ଅଟକ ରଖିଥିଲା। ଯୁବତୀ ଜଣକ ପିନ୍ଧିଥିବା କପଡ଼ା ଚିରିଯାଇଥିବା ବେଳେ ମୁହଁ ଓ ବେକରେ ଫୁଲା ଦାଗ ଦେଖିବାକୁ ମିଳିଥିଲା ଆଜି ସକାଳେ ଗଣମାଧ୍ୟମ ପ୍ରତିନିଧି ଥାନାରେ ପହଁଚିବା ପର୍ଯ୍ୟନ୍ତ ସେମିତି ଯୁବତୀ ଜଣକ ମୁଣ୍ଡରେ ହାତ ଦେଇ ଏକ ଆଲମିରାକୁ ଆଉଜି ବସିଥିବା ଦେଖିବାକୁ ମିଳିଥିଲା। ନୂଆ ବସ୍ତ୍ର ଦିଆଯାଇ ନ ଥିବା ବେଳେ ଯେମିତି ଏକ ଧର୍ତ୍ତବ୍ୟ ଅପରାଧ କରି ଯୁବତୀ ଜଣକ ଥାନାକୁ ଆସିଛି ପୁଲିସର ବ୍ୟବହାର ତାଙ୍କ ପ୍ରତି ସେଭଳି ଥିବା ଦେଖିବାକୁ ମିଳିଥିଲା।

ପରେ ପୁଲିସ ଯୁବତୀ ଜଣଙ୍କର ପରିଚୟ ବାଲଶ୍ୱେର ଟାଉନ ଥାନା ବାଲୁବଜାର ଅଂଚଳର ବୋଲି ଜାଣିବାକୁ ପାଇଥିଲା। ଯୁବତୀଙ୍କ ଏତଲା ଆଧାରରେ ପୁଲିସ ୩ ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିବ ବେଳେ ଯୁବତୀ ଜଣକୁ ସର୍ମ୍ପକୀୟ ବନ୍ଧୁ ହାତରେ ଧାମରାରୁ ଭଦ୍ରକ ଚିକିତ୍ସା ପାଇଁ ପଠାଇଛି। ପୁଲିସ ସ୍ଥାନୀୟ ସମିପାଟିଆ ଗ୍ରାମର ରବୀନ୍ଦ୍ର ନାଥ ଜେନା, ପାଇକସାହି ଗ୍ରାମର ପାଗୁଲ ଦାସ ଓ ଚନ୍ଦନ ବେହେରାକୁ ଗିରଫ କରିଛି। ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଭଦ୍ରକରେ ଭଡା ଘର ନେଇ ରୁହନ୍ତି ଗତକାଲି ରାତ୍ରରେ ସେ ଧାମରା ଅଂଚଳର ସର୍ମ୍ପକୀୟ ବନ୍ଧୁ ଗୌରାଙ୍ଗ ଦାସଙ୍କ ଘରକୁ ଚଗୁଲୁ ଦାସଙ୍କ ବାଇକରେ ଆସୁଥିବା ବେଳେ ନରସିଂହପ୍ରସାଦ ଗ୍ରାମ ଡିଆଇ ରୋଡ ନିକଟରେ ଏହି ୩ଜଣ ଯୁବକ ତାଙ୍କୁ ଚାପୁଡା ମାରିବା ସହିତ ଟଣା ଘୋସରା କରିଥିଲେ ଓ ସେ ତଳେ ପଡ଼ିଯାଇଥିଲେ। ପରେ ବନ୍ଧୁ ଗୌରାଙ୍ଗ ଦାସକୁ ଜଣାଇବାରୁ ସେ ଧାମରା ଥାନାକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ।

 

Comments are closed.