ଧାମରା ଅଂଚଳର ୧୨ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ଧାମରା: ବାତ୍ୟା ଜଓାଦ ଦୁର୍ବଳ ହୋଇ ଗଭୀର ଅଭପାତର ରୂପ ନେଇଥିବା ବେଳେ ଧାମରା ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଜୁଆରିଆ ବଙ୍ଗୋପସାଗରଏବଂ ଏହାର ଆନିକଟରେ ଥିବା ମନ୍ତେଇ, ନୂଆନଇ, ଛତଋା, ମଉଲ, ଖଣ୍ଡାପିଟା ପ୍ରଭୃତି ଠାରେ ଥିବା ଛୋଟ ଛୋଟ ନଦୀ ଚାଷୀକୂଳକୁ ସବୁଦିନ ପାଇଁ ତଳିତଳାନ୍ତ କରି ଦେଇଛି। ଧାମରାରେ ୨୦୨୧ ମସିହାରେ ୟାଶ ବାତ୍ୟାରେ ସାଧାରଣ ଲୋକ ସର୍ବହରା ହୋଇଥିବା ବେଳେ ଗୁଲାବ ବାତ୍ୟା ପୁନଶ୍ଚ ଜଓାଦ ବାତ୍ୟା ଚାଷୀଙ୍କ ମେରୁଦଣ୍ଡକୁ ସଳଖ କରିବା ପରିବର୍ତେ ସଂପୂର୍ଣ ଭାଙ୍ଗି ଦେଇଛି। ଏହି ବାତ୍ୟା ସମୟରେ ସମୁଦ୍ର ଜୁଆରିଆ ସାଙ୍ଗକୁ ତୁହାକୁ ତୁହା ବର୍ଷା ଆଗାମୀ ବର୍ଷ ପାଇଁ ଚାଷୀଙ୍କ ଅମାର ଖାଲି କରି ଦେଇଛି। ଧାମରା ଆଠ ପଂଚାୟତରେ ଥିବା ୧୨ହଜାର ହେକ୍ଟର ଚାଷ ଜମି ସଂପୂର୍ଣ ଜଳ ମଗ୍ନ ହୋଇ ଯାଇଥିବା ବେଳେ ଚାଷୀ କୂଳ ଆଉ ବିଲରେ ଥିବା ଧାନ ଅମଳ କରି ଘରକୁ ଆଣିବା ସମ୍ଭବ ପର ନୁହେଁ ବୋଲି ଚାରିଆଡେ ହାହାକାର।

ଧାମରା ଅଂଚଳରେ ଥିବା ବାଂଶଡା, ଧାମରା, କଇଥଖୋଲା, କରଞମାଳ ଏବଂ କରଣପଲ୍ଲୀ ଅଂଚଳରେ ଥିବା ରାଜସ୍ୱ ସର୍କଲ ଅଂଚଳରେ ଥିବା ଚାଷୀକୂଳ ଆଗାମୀ ବର୍ଷ ପର୍ଯ୍ୟନ୍ତ ନିଜର ଧାନ ଗଣ୍ଡାକ ହରାଇଥିବା କଥା ଏହି ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗମାନ ପହଂଚିବା ସହ ଚାନ୍ଦବାଲି ତହସିଲଦାର ଙ୍କ ନିକଟରେ ମଧ୍ୟ ମୌଖିକ ଅଭିଯୋଗ ପହଂଚିଲାଣି। ୟାଶ ସମୟରେ ହୋଇଥିବା କ୍ଷତିର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ପହଂଚି ପାରି ନଥିବା ବେଳେ ବର୍ତମାନ ପରିସ୍ଥିତିରେ ଏହି ଅଂଚଳର ଚାଷୀ ମାନେ ସଂପୂର୍ଣ ରୁଣଛାଡ କରିବାକୁ ଅଡି ବସିଲେଣି। ତୁହାକୁ ତୁହା ବର୍ଷାକୁ ଖାତିର ନକରି ଆଜି ମଧ୍ୟ କିଛି ଚାଷୀ ନିଜର ବିଲରୁ ପାଣି ନିଷ୍କାସନ କରିବା ସହ କିଛି ଚାଷୀ ବର୍ଷାରେ ଭିଜି ଭିଜି ଧାନ କାଟୁ ଥିବା ଦୃଷ୍ଟି ଗୋଚର ହୋଇଥିଲା। କେଉଁ ପରିସ୍ଥିତିରେ ଚାଷୀକୂଳ ଏହି ବାତ୍ୟାକୁ ଖାତିର ନକରି ନିଜର ଜୀବନକୁ ବିପର୍ଣ କରି ଓଦା ସରସର ହୋଇ ଧାନ ଅମଳ କରୁଛନ୍ତି ତାହା ଦେଖିଲେ ଅନ୍ୟ ଚାଷୀଙ୍କ ଆଖିରୁ ନିଦ ମଧ୍ୟ ହଜିଯାଉଛି। ଗୋଟିଏ ପଟରେ ପ୍ରବଳ ଶୀତ ସାଙ୍ଗକୁ ପ୍ରବଳ ବର୍ଷା ଏହି ଚାଷୀ ମାନଙ୍କ ମେରୁଦଣ୍ଡ ସଂପୂର୍ଣ ଭାଙ୍ଗି ଦେଇଛି।

ଏହି କ୍ଷୟକ୍ଷତି ଆକଳନ ବିଷୟରେ ଚାନ୍ଦବାଲି ତହସିଲ ନିରୀକ୍ଷକ ଦାଶରଥି ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ଧାମରା ୮ପଂଚାୟତର ଚାଷୀ ମାନଙ୍କ ଅବସ୍ଥା ସାଂଘାତିକ ହୋଇଥିବା ବେଳେ ଆଗାମୀ ଦିନରେ ଏହି କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଥିଲେ। ସେହିପରି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କ ସହ ଯୋଗାଯୋଗ କରିବାରୁ ସେ ବର୍ଷା ଛାଡିବା ପରେ ଖୁବ ଶୀଘ୍ର ଚାନ୍ଦବାଲି ବ୍ଲକ କୃଷି ବିଭାଗ ଏବଂ ଚାନ୍ଦବାଲି ତହସିଲ ପକ୍ଷରୁ ସାମୂହିକ ଭାବେ କ୍ଷୟକ୍ଷତିର ଆକଳନ କରାଯିବା ସହ ଖୁବ ଶୀଘ୍ର ଏହି ରିପୋର୍ଟ ଜିଲ୍ଲାପାଳଏବଂ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ମତପୋଷଣ କରିଥିଲେ। ଅନ୍ୟ ପକ୍ଷରେ ଏହି ଅଂଚଳରେ ଥିବା ଚାଷୀ ମାନଙ୍କ ଅବସ୍ଥା ବିଷୟରେ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ କଣ କଣ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ମନୋଜପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ। ତୁରନ୍ତ ଚାନ୍ଦବାଲି ଅଂଚଳରେ ଥିବା ସମସ୍ତ ଚାଷୀଙ୍କୁ ନଷ୍ଟ ହୋଇଥିବା ଧାନର ସଂପୂର୍ଣ କ୍ଷତିପୂରଣ ଦେବା ସହ ଚାଷୀ ମାନଙ୍କର କୃଷିରୂଣ ସଂପୂର୍ଣ ଛାଡ କରିବାକୁ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ଦାବୀ କରିଛନ୍ତି, ଏଥିସହ ସେ ଆଗାମୀ ଦିନରେ ଚାନ୍ଦବାଲି ବ୍ଲକରେ ହୋଇଥିବା କ୍ଷୟକ୍ଷତି ବିଷୟରେ ସ୍ପେଶାଲ ରିଲିଫ କମିଶନର, କେନ୍ଦ୍ରାଂଚଳ ଆୟୋଗ, ଭଦ୍ରକ ଜିଲ୍ଲାପାଳ ଏବଂ କୃଷି ବିଭାଗକୁ ଅବଗତ କରାଇବେ ଜରୁରୀ ପଡିଲେ ସେ ଚାନ୍ଦବାଲି ବ୍ଲକ ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତ ରଖିଥିବା ବେଳେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା?

Comments are closed.