ଧାମରା ବସଷ୍ଟାଣ୍ଡକୁ ନେଇ ଜବର ଦଖଲ ଉଚ୍ଚେଦ

ଧାମରା: ଧାମରା ଠାରେ ୩କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଅତ୍ୟାଧୁନିକ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବ। ଏ ନେଇ ସମସ୍ତ କାଗଜାତ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୫ଏକର ପରିମିତ ସ୍ଥାନର ଜରୁରୀ ହୋଇ ପଡିଛି। ଏହି ବସଷ୍ଟାଣ୍ଡ ପାଇଁ ଗତ ଅପ୍ରେଲ ମାସରେ ଆଂଚଳିକ ପରିବହନ ଏବଂ ବାଣିଜ୍ୟ ଅଧିକାରୀ ଏବଂ ଭୂବନେଶ୍ୱର ଇଷ୍ଟେଟ ଅଫିସର ଆସି କ୍ଷେତ୍ରୀୟ ପରିଦର୍ଶନ କରିଯାଇଥିଲେ। ପରେ ସେ ସ୍ଥାନର ଅଭାବ ବୋଲି ସୁଚନା ଦେବାପରେ ପୁନଶ୍ଚ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦେଶରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ କୁମାର ସୂତାର ସୁପରଭାଇଜର ଦାଶରଥି ଦାସ ପ୍ରମୁଖ ଆସି ଧାମରା ଠାରେ ଥିବା ପ୍ଲଟ ନଂ ୩୩୪ , ୩୩୬ ଏବଂ ନିକଟବର୍ତୀ ଇଲାକାରେ ୫ଏକର ପରିମିତ ଅଂଚଳରେ ପୁନଶ୍ଚ ସ୍କେଚ ମ୍ୟାପ କରିବା ସହ କ୍ଷେତ୍ରୀୟ ତଦନ୍ତ କରିଥିଲେ।

ଏହି ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଦରକାର ପଡୁଥିବା ସମସ୍ତ ସ୍ଥାନରୁ ଆଜି ଅବରୋଧକାରୀମାନଙ୍କୁ ହଟାଇ ଦିଆଯାଇଛି। ଆଜି ଏହି ଜବରଦଖଲ ଉଚ୍ଛେଦ ସମୟରେ ୭୦ଟି ସ୍ଥାୟୀ ଏବଂ ଅସ୍ଥାୟୀ ଦୋକାନୀମାନଙ୍କୁ ହଟାଇ ଦିଆଯାଇଥିବା ବେଳେ ସନ୍ଧ୍ୟା ହୋଇଯିବାରୁ କିଛି ଜବରଦଖଲକାରୀମାନଙ୍କୁ ସରକାରୀ ସ୍ଥାନରୁ ହଟା ଯାଇ ପାରି ନଥିଲା। ଆଗାମୀ ଦିନରେ ଏହି ସ୍ଥାନରେ ଥିବା ସମସ୍ତ ଜବରଦଖଲକାରୀମାନଙ୍କୁ ହଟାଯିବ ବୋଲି ଚାନ୍ଦବାଲି ତହସିଲଦାର ସୂଚନା ଦେଇଛନ୍ତି। ଜମି ଅଧିଗ୍ରହଣ ସରିବା ପରେ ଖୁବଶୀଘ୍ର ଏହି ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ କର୍ତୁପକ୍ଷ ସୂଚନା ଦେଇଛନ୍ତି। ଏହି ବସଷ୍ଟାଣ୍ଡ ନିର୍ମାଣ ହେଲେ କେବଳ ଭଦ୍ରକ ଜିଲ୍ଲାର ବାସିନ୍ଦା ନୁହନ୍ତ କେନ୍ଦ୍ରପଡା ଜିଲ୍ଲାବାସୀ ମଧ୍ୟ ଉପକୃତ ହେବେ ବୋଲି ଜଣାଯାଇଛି।

ଏହି ବସଷ୍ଟାଣ୍ଡ ଉପରେ ସମସ୍ତ ପରିବହନ ବ୍ୟବସ୍ଥା ନିର୍ଭର କରୁଛି ଯାହା ଫଳରେ ଆଗାମୀ ଦିନରେ ଧାମରା, କାଳିନାଳୀ ଏବଂ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ହେବାକୁ ଥିବା ଏରୋଫାକ୍ସ ଜେଟି ନିର୍ମାଣ ମଧ୍ୟ ନିର୍ଭର କରୁଛି। ଏହି ବସଷ୍ଟାଣ୍ଡ ନିର୍ମାଣକୁ ନେଇ ଅଂଚଳବାସୀ ଆଶାବାଦୀ ହୋଇଥିବା ବେଳେ ଖୁବଶୀଘ ରାଜ୍ୟ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ବସଷ୍ଟାଣ୍ଡର ଶିଳାନ୍ୟାସ କରିବେ ବୋଲି ଜଣାଯାଇଛି। ଆଜିର ଏହି ଜବରଦଖଲ ଉଚ୍ଚେଦ ସମୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଅତିିରିକ୍ତ ତହସିଲଦାର ଦିପ୍ଟିରଞନ ଜେନ.ତହସିଲ ସୁପରଭାଇଜର ଦାଶରଥି ଦାସ, ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ,ଧାମରା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି, ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞନ ମହାପାତ୍ର କଇଥଖୋଲା ରାଜସ୍ୱ ନିରୀକ୍ଷକ ଅଜାତ ଶତ୍ରୁ ଦାସ,ଏବଂ ସଶସ୍ତ୍ର ପୁଲିସ ବାହିନୀ ଗଣ୍ଡଗୋଳର ଆଶଙ୍କାକୁ ନେଇ ନିୟୋଜିତ ଥିଲେ।

Comments are closed.