ଧାମରାରେ ତଟ ସୁରକ୍ଷା ସାଗର କବଚ-୨୦୨୧

ଧାମରା: ସମୁଦ୍ର ତଟ୍ଟ ଅଂଚଳରେ ଆତଙ୍କବାଦୀଙ୍କୁ କଡା ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର କବଚ। ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ, ଭାରତୀୟ ନେଭିର ସହଯୋଗିତାରେ ଏହି ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡିଶା ସରକାରଙ୍କ ତରଫରୁ ୨୦୨୧-୨୨ମସିହା ପାଇଂ ଉପକୂଳବର୍ତୀ ଅଂଚଳ ଧାମରା, କସିଆ, ଚୁଡାମଣୀ, ଚାନ୍ଦିପୁର, ପାରାଦ୍ୱୀପ, ପୁରୀ ଏବଂଗୋପାଳପୁର ଠାରେ ମଙ୍ଗଳବାର ସକାଳ ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ। ଏହି ସୁରକ୍ଷାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନେଭି ଏବଂ ଓଡିଶା ପୁଲିସ ସାମିଲ ହୋଇଛନ୍ତି। ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭିର କିଛି ସଦସ୍ୟ ଗୁପ୍ତଚର (ଲାଲ ବାହିନୀ) ହିସାବରେ ଧାମରା ଅଂଚଳକୁ ଆସନ୍ତି, ଅନ୍ୟଦଳଟି ନୀଳ ବାହିନୀରେ ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ, ଧାମରା ମତ୍ସ୍ୟପୋତାଶ୍ରୟ, ଚନ୍ଦନୀପାଳ, କରଞମାଳ, ବାଲିମୁଣ୍ଡା, କସିଆ, ଚୁଡାମଣୀ ଜେଟି, ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଦା ପୋଷାକରେ ପହରା ଦେଉଥାନ୍ତି।

ଯଦି ଗୁପ୍ତଚରମାନେ (ଲାଲ ବାହିର୍ନୀ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ (ନୀଳ ବାହିନୀ) ସଜାଗ ନାହିଁ ବୋଲି ଧରାଯାଏ। ଯଦି ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ (ନୀଳ ବାହିର୍ନୀ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ। ଏହି ସୁରକ୍ଷା କବଚ କାର୍ଯ୍ୟକ୍ରମରେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋସ ଏର୍ବଂ ମେରାଇନ ପୁଲିସର ଉପେନ୍ଦ୍ର ମହନ୍ତ, ରାଜେନ୍ଦ୍ର ବଳ, କେକେ ସାହୁ, ଏନ କେ ମଲିକ, ରଞନ କୁମାର ଦାସ, ମାନସ ମଲିକ,. ସଞିବ ମଲିକ, ପ୍ରମୁଖ ସାମିଲ ହୋଇଥିବା ବେଳେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି ବୋଟ, ଚୁଡାମଣୀ ଠାରେ ଥିବା ୨ଟି ସ୍ପିଡ ବୋଟ, ଧାମରା ମେରାଇନ ପୁଲିସ, ବାଂଶଡା ପୁଲିସ, ଡ୍ୟୁଟି ଆରମ୍ଭ କରିଥିଲେ। ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ, ଧାମରା ପ୍ରତିରକ୍ଷା ଘାଟୀ, କରଞମାଳ, କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି, ତାଳଚୁଆ ପ୍ରଭୃତି ସ୍ଥାନମାନଙ୍କରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ। ଅପରାହ୍ନ ୨ଟା ସମୟରେ ଭାରତୀୟ ନେଭି ଏବଂ ତଟରକ୍ଷୀ (ଲାଲ ବାହିନୀର) ୨ଜଣ ଗୁପ୍ତଚର ମାହେଶ୍ୱରୀ ବୋଟରେ ଆସୁଥିବା ବେଳେ ସେମାନଙ୍କୁ ନୀଳବାହିନୀ ସମୁଦ୍ର ପଥରେ ଧରିଥିବା ବେଳେ ସ୍ଥଳ ପଥରେ ଆଉ ୨ଜଣ ଲାଲ ବାହିନୀର ଗୁପ୍ତଚରଙ୍କୁ ନୀଳବାହିନର ସଦସ୍ୟମାନେ ଅଟକ ରଖି ଧାମରା ସାମୁଦ୍ରିକ ଥାନାକୁ ଆଣିଥିଲେ।

ସେମାନଙ୍କ ଠିକଣା ଏବଂ ସମସ୍ତ କାଗଜାତ ତଦାରଖ କରିବା ପରେ ସେମାନଙ୍କୁ ବିଦାୟ ଦେଇଥିଲେ। ଏହି ତଟ ସୁରକ୍ଷା ସାଗର କବଚ-୨୧ ଶେଷ ହୋଇଛି। ଏହି ସୁରକ୍ଷା କବଚରେ ଧାମରା ମେରାଇନ ଥାନାର ଆଇ ଆଇ ସି ତୁସୀଲ ମାଝୀ, ଜିଲ୍ଲା ଗୋଇନ୍ଦା ଅଧିକାରୀ କମଳ ଲୋଚନ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.