ପାରିବାରିକ କଳହରୁ ଆତ୍ମହତ୍ୟା

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ଗ୍ରାମରେ ଜଣେ ଯୁବକ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବରରୁ ପ୍ରକାଶ କରଞ୍ଜମାଳ ଗ୍ରାମର ମହେଶ୍ୱର ବାରିକ(୩୨) ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ନେଇ କରଞ୍ଜମାଳ ଫାଣ୍ଡିରେ ଅଭିଯୋଗ ହେବାପରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି ଓ ପୁଲିସ ତଦନ୍ତ ଆରମ୍ଭ କରିଛି।

 

ମହେଶ୍ୱର ବାରିକ ପେଶାରେ ଡ୍ରାଇଭର ହୋଇଥିବା ବେଳେ ସେ ଧାମରା ବନ୍ଦର କମ୍ପାନୀରେ ଏକ ଗାଡି ଚାଳକ ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଘରୋଇ କଳିରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗତ ରାତିରେ ପରିବାର ଲୋକେ ରାତିରେ ଶୋଇବା ପରେ ମହେଶ୍ବର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Comments are closed.