ଦୋସିଙ୍ଗାରେ କଂଗ୍ରେସର ସାଙ୍ଗଠୈନିକ ବୈଠକ ଓ ମିଶ୍ରଣପର୍ବ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ କଂଗ୍ରେସ ଦଳ ତରଫରୁ ଏକ ସାଙ୍ଗଠୈ÷ନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ଅମୀୟ କୁମାର ମହାପାତ୍ର ଏବଂ ଦିଗମ୍ବର ଦାସ ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନ ପକ୍ଷରୁ କଂଗ୍ରେସ ଦଳ ତାହାର ଭିତିଭୂମି ସଜାଡିବା ସହ ତୃଣମୂଳ ସ୍ତରରୁ ପୁନଶ୍ଚ ଏହା ସାଧାରଣ ଲୋକ ମାନଙ୍କ ସହ ଆଗକୁ ବଢିବା ପାଇଁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା। ଆଜିର ଏହି ବୈଠକରେ ଦିଗମ୍ବର ଦାସ ସଭାପତିତ୍ୱ କରିଥିବା ବେଳେ ସାଧାରଣ ଜନତା କିଭଳି ଭାବେ ନ୍ୟାୟ ପାଇ ପାରିବା ସହ ଆଗକୁ ବଢିବେ ସେ ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି ବୈଠକରେ ଦୋସିଙ୍ଗା ପଂଚାୟତରେ ଥିବା ଅନ୍ୟ ଦଳର ଛାମୁଆକର୍ମୀ ଦିଗମ୍ବର ଦାସ ଏବଂ ଅମୀୟ କୁମାର ମହାପାତ୍ରଙ୍କ ଆହ୍ୱାନରେ ଅନ୍ୟ ରାଜନୈତିକ ଦଳକୁ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏଥିସହ ଆଗାମୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସେମାନେ କଂଗ୍ରେସ ପ୍ରାର୍ଥୀ ଚୟନରେ ଭାଗ ନେବା ସହ ସେମାନଙ୍କୁ ଜିତାଇ ଆଣିବାକୁ ସଂକଳ୍ପ ବଦ୍ଧ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ।

 

ଆଜିର ଏହି ମିଶ୍ରଣ ପର୍ବରେ ଅମର ନଗର ଗ୍ରାମର ଶଶାଙ୍କ ପାତ୍ର, ହେମନ୍ତ ପାତ୍ର, ଶିବ ପାତ୍ର, ଶୁଶାନ୍ତ ପାତ୍ର, ଶ୍ରୀମନ୍ତ ପାତ୍ର,ଭିମଶେନ ଦଳାଇ,ବାଦଲ ପାତ୍ର, ଶିବଶଙ୍କର ଦଳେଇ, ଦେବୁ ଦଳେଇ, ରୁନା ମଣ୍ଡଳ, ସିତା ଜେନା, ସୁଧୀର ପାତ୍ର, ଗଣେଶ ପାତ୍ର ଏବଂ ନରସିଂହପ୍ରସାଦ ଗ୍ରାମର ସୁକୁମାର ଜେନା, ଚିତରଂଜନ ମାଇତି, ସତ୍ୟସାଧନ ଜେନା, ବସନ୍ତ ଦାସ, ନଜରୁଲ ଅଲ୍ଲି ସାହା, ରହିମ ଅଲ୍ଲି ସାହା, ହୋଷେନ ଅଲ୍ଲି ସାହା,ଗୁଲାମ ନବି, ସେକ ଶୈାକେତ,ଭିକା ସାହୁ,ଦୀନବନ୍ଧି ମାଝୀ ଏବଂ ତାଙ୍କ ପରିବାର ପ୍ରମୁଖ ଅନ୍ୟ ରାଜନୈତିକ ଦଳରୁ ଆସି କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସେମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ଆଜିର ଏହି ସାଙ୍ଗଠୈନିକ ବୈଠକ ଓ ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଦୋସିଙ୍ଗା ପଂଚାୟତର ସମିତିସଭ୍ୟ ନରେନ୍ଦ୍ର ମାଇତି ,ସୁରେନ୍ଦ୍ର ଜେନା,ପ୍ରଭୁରାମ ଦାସ, ବିମାନ ଗିରି ,ସ୍ୱଦେଶ ପାଲଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ତୃଣମୂଳ ସ୍ତରରୁ କଂଗ୍ରେସ ଦଳ ତାର ପତିଆରା ଜାରୀ ରଖିବ ବୋଲି ଉପସ୍ଥିତ ଥିବା ନେତୃବୃନ୍ଦ ମତ ରଖିଥିବା ବେଳେ ନରେନ୍ଦ୍ର ମାଇତି ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.