ଧାମରାରେ ଶରତ ଦଳେଇଙ୍କୁ ପ୍ରକୃତି ବନ୍ଧୁ ପୁରଷ୍କାର

ଧାମରା: ଧାମରାର ଅଂଚଳର ସମାଜସେବୀ ଶରତ କୁମାର ଦଳେଇଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଚଳିତବର୍ଷ ଚାନ୍ଦବାଲି ବ୍ଲକରୁ ଶରତ କୁମାର ଦଳେଇଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଧାମରା ଅଂଚଳର ଶରତ ଦଳେଇ ପ୍ରକୃତି ସଂରକ୍ଷଣ ଓ ପରିବେଶ ପାଇଁ ନିୟମିତ ଭାବରେ ଧାମରା ଆଠ ପଂଚାୟତରେ ଚାରା ରୋପଣ କରିବା ସହ ନିୟମିତ ସେହି ବୃକ୍ଷ ଗୁଡିକର ଯତ୍ନନେଇ ଥାନ୍ତି। ଏହି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ଶଚିବ ,ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ମିଳିତ ସହଯୋଗରେ ଚାନ୍ଦବାଲି ବ୍ଲକ ପାଇଁ ଶରତ ଦଳେଇଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା।

 

ଏହି ଉପଲକ୍ଷେ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା ରାଜ୍ୟ ସରକାରଙ୍କ ତରଫରୁ ଶରତ କୁମାର ଦଳେଇଙ୍କୁ ୧୦ହଜାର ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ପରିବେଶବିତ ଶରତ କୁମାର ଦଳେଇ ଉପସ୍ଥିତ ରହି ଆଗାମୀ ଦିନରେ କେବଳ ଧାମରା ଅଂଚଳ ନୁହେଁ ଚାନ୍ଦବାଲି ବନ୍ୟଖଣ୍ଡ ଅଂଚଳରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ସହ ପରିବେଶକୁ ସନ୍ତୁଳିତ ରଖିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ।

Comments are closed.