ସମୁଦ୍ରରେ ଫସିଥିବା ଯାତ୍ରୀବାହୀ ଲଞ୍ଚ ସହ ଉଦ୍ଧାର ହେଲେ ୫୦ ଯାତ୍ରୀ

ଧାମରା: କେନ୍ଦ୍ରାପଡା ଜିଲା ତାଳଚୁଆଠାରୁ ଧାମରାକୁ ଆସୁଥିବା ଏକ ସରକାରୀ ଲଞ୍ଚ କୁହୁଡ଼ି ଯୋଗୁ ବାଟବଣା ହୋଇ ସମୁଦ୍ରରେ ଫସିଯାଇଥିଲା। ଏହାପରେ ଉକ୍ତ ଯାତ୍ରୀବାହୀ ଲଞ୍ଚ ସହ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀଙ୍କୁ ଧାମରା ମେରାଇନ ପୁଲିସ ଶୁକ୍ରବାର ଉଦ୍ଧାର କରିଛି।

ସୂଚନା ଅନୁସାରେ, ଲଞ୍ଚଟି ତାଳଚୁଆରୁ ଚାନ୍ଦବାଲି ଯାଉଥିଲା। ସକାଳ ପ୍ରାୟ ୭ଟାରେ ଘନ କୁହୁଡ଼ି ଯୋଗୁ ଲଞ୍ଚଟି ବାଟବଣା ହୋଇ ନଦୀ ମୁହାଣ ଦେଇ ସମୁଦ୍ର ଆଡକୁ ଚାଲିଯାଇଥିଲା। ଏହି ସମୟରେ ଏକ ବାଲି ଟାପୁରେ ଲଞ୍ଚଟି ଲାଗିଯାଇଥିଲା। ନଦୀରେ ଜୁଆର ନ ଥିବାରୁ ଲଞ୍ଚଟି ସେଠାରେ ସକାଳ ୭ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ପରେ ଧାମରା ମେରାଇନ ପୁଲିସ ଏକ ସ୍ପିଡ୍‌ ବୋଟ ନେଇ ବାଲି ଟାପୁରୁ ସରକାରୀ ଲଞ୍ଚ ସହ ଏଥିରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି।

Comments are closed.