ଗହୀରମଥା ନିଷିଦ୍ଧାଞ୍ଚଳରୁ ବୋଟ ଜବତ, ୫ ଗିରଫ

0

ଧାମରା : ଚାନ୍ଦବାଲି ରେଞ୍ଜ ଅଧୀନ ଧାମରା ବନପାଳ ଗଦାଧର ବିଶ୍ୱାଳଙ୍କ ନେତୃତ୍ୱରେ ଗହୀରମଥା ନିଷିଦ୍ଧାଞ୍ଚଳରୁ ମାଛ ମାରୁଥିବା ଏକ ବୋଟକୁ ଜବତ କରଛନ୍ତି। ଆଜି ସକାଳ ୯ଟାରେ ଗହୀରମଥା ନିଷିଦ୍ଧାଞ୍ଚଳରେ ଏକ ବୋଟ ମାଛ ମାରୁଥିବା ଖବର ଧାମରା ବନପାଳ ପାଇଥିଲେ। ଧାମରା ବନପାଳ ଗଦାଧର ବିଶ୍ୱାଳଙ୍କ ନେତୃତ୍ୱରେ ବନରକ୍ଷୀ ପିତବାସ ଶଙ୍ଖୁଆ, ବିନୋଦ ସିଂ, ସନ୍ତୋଷ ମାଝୀ ଏବଂ ରାଜକିଶୋର ନାୟକ ପ୍ରମୁଖ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପାରାଦୀପର ମା’ ପାର୍ବତୀ ବୋଟର ୫ ଜଣ ମତ୍ସ୍ୟଜୀବୀ ମାଛ ମାରୁଥିବା ଦେଖିବାକୁ ପାଇଥିଲେ। ପରେ ଧାମରା ବନପାଳ ଏହି ବୋଟକୁ ସିଜ କରିବା ସହ ଏହି ୫ ମତ୍ସ୍ୟଜୀବୀଙ୍କୁ ଗିରଫ କରି ରାଜନଗର ଡିଏଫଓଙ୍କୁ ହସ୍ତାନ୍ତର କରିଥିଲେ। ବୋଟରେ ଥିବା ୨ କ୍ୱିଣ୍ଟାଲ ମାଛକୁ ରାଜନଗର ଡିଏଫଓ ଜବତ କରି ନିଲାମ କରିଦେଇଥିଲେ। ପରେ ଗିରଫ ୫ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply