ଧାମରାର ୮ଟି ପଞ୍ଚାୟତର ଯୁବକଙ୍କୁ ଧାମରା ବନ୍ଦର ମନା

ଧାମରା : ଧାମରା ବନ୍ଦର ପରିସରରକୁ ସ୍ଥାନୀୟ ଶ୍ରମିକଙ୍କ ନିଯୁକ୍ତି ମନା। ଏହା କେବଳ ମୁହଁର ଭାଷା ନୁହଁ କାଗଜପତ୍ରରେ କଠୋର ନୀତି ଆପଣାଇଛନ୍ତି ଧାମରା ବନ୍ଦର କର୍ତ୍ତୃପକ୍ଷ। ଧାମରା ବନ୍ଦର ମଧ୍ୟରେ ଥିବା ଠିକାସଂସ୍ଥା ମାନଙ୍କରେ ନିଯୁକ୍ତି ପାଇଥିବା ଶ୍ରମିକଙ୍କ ବ୍ୟତୀତ ନୂତନ ଶ୍ରମିକଙ୍କୁ ଧାମରା ବନ୍ଦର ପରିସରକୁ ସଂପୂର୍ଣ ମନା କରାଯାଇଛି । ଇତି ମଧ୍ୟରେ ଧାମରା ବନ୍ଦର ପରିସରରୁ ଲକ୍ଷାଧିକ ଟଙ୍କାର କେବୁଲ , ଜେନେରେଟର ବ୍ୟାଟେରୀ ସହିତ ବହୁ ମୂଲ୍ୟବାନ ମେସିନାରୀ ଚୋରୀ ହେଉଥିବା ଜଣାଯାଇଛି। ଏହି ସମସ୍ତ ଚୋରୀରେ ଧାମରା ୮ପଞ୍ଚାୟତର ଶ୍ରମିକ ମାନେ ସଂପୃକ୍ତି ବୋଲି ଧାମରା ବନ୍ଦର କର୍ତ୍ତୃପକ୍ଷ ଯୁକ୍ତି ବାଢିଥିବା ଜଣାଯାଇଛି। ମାତ୍ର ଧାମରା ବନ୍ଦର ପରିସରରେ ସମସ୍ତ ସ୍ଥାନରେ ସିସିଟିଭି ଏବଂ ୨୪ ଘଣ୍ଟିଆ ପ୍ରହରା ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ୨ଟି ଗେଟଦେଇ ବନ୍ଦର ପରିସର ମଧ୍ୟରୁ ଲକ୍ଷାଧିକ ଟଙ୍କାର ସମ୍ପତି ଟ୍ରକ ମାନଙ୍କରେ ଲୋଡ ହୋଇ ବାହାର ରାଜ୍ୟ ଏବଂ ଜିଲ୍ଲାକୁ ଏହା ଚାଲାଣ ହେଉଛି ତାହା ତଦନ୍ତ ପରିସରଭୁକ୍ତ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ପ୍ରତିଦିନ ଜେଟି ନିକଟରୁ ଡିଜେଲ ଚୋରୀ ସବୁଦିନିଆ କାରବାରରେ ପରିଣତ ହୋଇଥିବା ବେଳେ ମାସକୁ ଥରେ ବନ୍ଦର କର୍ତ୍ତୃପକ୍ଷ କେବଳ ୨/୩ଜଣ ସ୍ଥାନୀୟ ଜନତାଙ୍କୁ ନେଇ ଧାମରା ମେରାଇନ ଥାନାରେ ହସ୍ତାନ୍ତରିତ କରୁଛନ୍ତି। ଏହା ଦ୍ୱାରା ବନ୍ଦର କର୍ତ୍ତୃପକ୍ଷ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ନିଜ ପରିସରରେ ସମସ୍ତ ପ୍ରକାର ନିରାପତା ଥିବା ସତ୍ୱେ ବନ୍ଦରର କିଛି ଅସାଧୁ କର୍ମଚାରୀ ଏହି ସମସ୍ତ ଚୋରୀରେ ସଂଶ୍ଳୀଷ୍ଟ ଥିବା ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।  ଇତି ମଧ୍ୟରେ ଧାମରା ବନ୍ଦରରେ ଠିକା କାମ ପାଇଥିବା ଠିକାଦାର ମାନଙ୍କୁ ଧାମରା ଅଞ୍ଚଳର ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବାକୁ ବନ୍ଦର ପ୍ରଶାସନ ମନା କରିଥିବା ଜଣାଯାଇଛି। ଜଣେ ଶ୍ରମିକ ଚୋରୀ କରିବାରେ ସଂଶ୍ଳିଷ୍ଟ ଥିବା ବେଳେ ଧାମରା ଆଠ ପଞ୍ଚାୟତର ଶ୍ରମିକ ମାନଙ୍କୁ ନୂତନ ନିଯୁକ୍ତି ମିଳୁ ନାହିଁ ଏହାର ଠିକଣା ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ଭାରତୀୟ ମଜଦୁର ସଂଘର ସଂପାଦକ ଚନ୍ଦ୍ରଶେଖର ଜେନା ମନ୍ତବ୍ୟ ରଖିଛନ୍ତି। ବନ୍ଦର ପ୍ରଶାସନ ର ସ୍ଥାନୀୟ ଶ୍ରମିକ ମାରଣ ନୀତିକୁ କଡା ସମାଲୋଚନା କରିବା ସହ ଆଗାମୀ ଦିନରେ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଭେଟି ଏହାର ବିରୁଦ୍ଧାଚରଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.