ଧାମରା ରାସ୍ତାପାଇଁ ଯୋଜନା ପରେ ଯୋଜନା ମାତ୍ର ଆଗଉନି କାମ, ବିଭାଗୀୟ ତଦାରଖ ପରେ ମଧ୍ୟ ଫଳ ଶୂନ

ଧାମରା: ଧାମରା ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଗୋଟିଏ ଯୋଜନା ସଂପୂର୍ଣ ହେବା ପୂର୍ବରୁ ଅନ୍ୟ ଏକ ଯୋଜନା ଆଣି ଧାମରା ବିକଶିତ ହୋଇଗଲା ବୋଲି ସରକାର କହୁଥିବା ବେଳେ କୌଣସି ଏକ ଯୋଜନା ସଂପୂର୍ଣ ହେବା ନେଇ ଅନିଶ୍ଚିତତା ଲାଗି ରହିଛି।କେଉଁଠି ଏହି ଯୋଜନା ଫଳକରେ ସିମୀତ ଆଉ କେଉଁଠି ଏହି ଯୋଜନା ସଂପୂର୍ଣ ହେବା ଅବଶ୍ୟମ୍ଭାବୀ ହୋଇ ପଡିଛି।

ତଥ୍ୟାନୁଯାୟୀ ଜାମୁଝାଡି-ବାସୁଦେବପୁର-ଧାମରା ରାସ୍ତା ପାଇଁ ୨୧୧କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ୟୁଏମଏସଏଲ କମ୍ପାନୀ ସହ ଚୁକ୍ତପତ୍ର ସ୍ୱାକ୍ଷରିତ ହୋଇ ଏହି କାର୍ୟ୍ୟ ଫଳକରେ ମାର୍ଚ-୨୦୧୯ରେ ଆରମ୍ଭ ହୋଇଥିବା ବେଳେ ଏହି କାର୍ୟ୍ୟ ଅଗଷ୍ଟ ୨୦୨୧ରେ ଶେଷ ହେବ ବୋଲି ଫଳକରେ ଲିପିବଦ୍ଧ ହୋଇଅଛି। ଫଳକ ଲିଖିତାନୁଯାୟୀ କାର୍ୟ୍ୟ ଆରମ୍ଭରୁ ଦୀର୍ଘ ୯ମାସ ବିତିଯାଇଛି।ଇତି ମଧ୍ୟରେ ଏହି ରାସ୍ତା ନିର୍ମାଣ ପାଇଁ କଞ୍ଚାମାଲ କେଉଁଠାରୁ ଆସିବ ? ଏଥିପାଇଁ ସରକାର ଅନୁମୋଦନ ଦେଇ ନଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ବର୍ତମାନ ସୁଦ୍ଧା ଏହି କମ୍ପାନୀ ଏହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତୀକରଣ ପାଇଁ ଠିକାରେ ଅନ୍ୟ ୨ଟି କମ୍ପାନୀକୁ ଏହି କାର୍ୟ୍ୟାଦେଶ ଦେଇଥିବା ଜଣାଯାଇଛି।

ଏହି ରାସ୍ତା ନିର୍ମାଣ ପ୍ରକଳ୍ପ ଠିକ ଭାବରେ ଆରମ୍ଭ ହୋଇ ନଥିବା ବେଳେ ରାଜ୍ୟ ସରକାର ୨୦୧୬ ନ୍ୟାଶନାଲ ପ୍ରସପେକ୍ଟିଭ ପ୍ଲାନ (ଏନପିପି)ଜରିଆରେ ଉପକୂଳ ଏବଂ ସାମୁଦ୍ରିକ ସମନ୍ୱିତ ବିକାଶ କ୍ଷେତ୍ର ଭାବରେ ଧାମରା-ବାସୁଦେବପୁର-ଜାମୁଝାଡି କୁ ସଂଯୋଗୀ କରଣ କରୁଥିବା ରାସ୍ତାକୁ ଦୋହରୀକରଣ କରିବା ପାଇଁ ୨୭୦କୋଟି ଟଙ୍କାର ବ୍ୟୟ ବରାଦ ଆକଳନ ଚିଠା ପଠାଇଛନ୍ତି। ପ୍ରଥମ ପଯ୍ୟାୟ କାର୍ୟ୍ୟର ଦୀର୍ଘ ୧୦ମାସ ସରିବାକୁ ଆଉ କିଛି ଦିନ ବାକିଥିବା ବେଳେ ବାସ୍ତବରେ ଶତକଡା ୧୦ଭାଗ କାର୍ୟ୍ୟ ଆରମ୍ଭ ହୋଇ ନଥିବା ବେଳେ କାର୍ୟ୍ୟ ର ଅବଧି ଆଉ ୨୦ ମାସ ମଧ୍ୟରେ ଏହି କାର୍ୟ୍ୟ ସଂପୂର୍ଣ ହେବା ଅବଶମ୍ଭାବୀ ହୋଇ ପଡିଛି। ଦ୍ୱିତୀୟ ପର୍ୟ୍ୟାୟରେ ରାଜ୍ୟ ସରକାରଏହି ରାସ୍ତାକୁ ସାଗରମାଳା ପ୍ରକଳ୍ପରେ ସ୍ଥାନିତ କରିବା ପାଇଁ ଦେଇଥିବା ୨୭୦କୋଟି ଟଙ୍କାର ବ୍ୟୟ ଅଟକଳ କେବେ କାର୍ୟ୍ୟକାରୀ ହେବ ଅଥବା ଏହା କେବଳ କାଗଜପତ୍ରରେ ସିମୀତ ହୋଇ ରହିବ ସେ ନେଇ ରାଜ୍ୟ ସରକାର ସନ୍ଦିହାନୀ ହୋଇ ପଡିଛନ୍ତି।

Comments are closed.