ବନ୍ୟାଜଳ ମାଡରେ ଧସୁଛି ନଦୀବନ୍ଧ

0

ଭଦ୍ରକ: ଧାମନଗର ବ୍ଳକରେ ପ୍ରଭାହିତ ହେଉଥିବା ବୈତରଣୀ ଓ ତାର ଶାଖା କୋଚିଳଳା,କେଙ୍ଗୁଟି ନଦୀର ବନ୍ୟା ଜଳ ହ୍ରାସ ପାଇଛି। ତେବେ ବନ୍ୟା ଛାଡିବା ପରେ କୋଚିଳା ନଦୀର ଦକ୍ଷିଣ ପାଖ ଆଡି ବନ୍ଧ ବିଭିନ୍ନ ସ୍ଥାନରେ ଧସୁଥିବାରୁ ଏହାକୁ ନେଇ ନଦୀ ତଟବର୍ତ୍ତୀ ଧାମନଗର ବ୍ଳକର ଅର୍ଜୁନପୁର ପଧାନି ଓ ହସନାବାଦ ପଞ୍ଚାୟତର ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ନଦୀରେ ପୁଣି ବନ୍ୟା ଆସିଲେ ଦୁର୍ବଳ ବନ୍ଧ ଧସିଥିବା ସ୍ଥାନରେ ଘାଇ ହେବା ଆଶଙ୍କାରେ ଲୋକ ଆତଙ୍କିତ ହୋଇଛନ୍ତି। ଚଳିତ ବଷ ପ୍ରଥମ ବନ୍ୟାରେ ଅର୍ଜୁନପୁର ଲେଙ୍କା ସାହିଠାରେ, ତଳ ଶଇଲୋ ଓ ଉପର ଶଇଲୋ ଠାରେ ପ୍ରାୟ ୨୦୦ ମିଟରରୁ ଅଧିକ ଲମ୍ବରେ ନଦୀବନ୍ଧ ଧସିବା ପରେ ଜଳସଂପଦ ବିଭାଗ ସେହି ସ୍ଥାନରେ ବାଲି ବସ୍ତା ପକାଇ ବନ୍ଧ ରକ୍ଷା କରିଛନ୍ତି। ସେହି ସ୍ଥାନରେ ପୁଣି ବନ୍ଧ ଧସି ଅଧିକ ଫାଟ ହେଇଥିବା ବେଳେ କାଲି ପୁଣି ତରେଇସାହିଠାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି।

Leave A Reply