ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ, ୫ ବର୍ଷ ହେଲା ଫେରାର ଥିଲା

କଟକ: କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ ସୋମବାର ଗିରଫ ହୋଇଛି। ଦୀର୍ଘ ୫ ବର୍ଷ ହେଲା ଫେରାର ଥିବା ଦିଲୁକୁ ରାୟଗଡ଼ାରୁ ଗିରଫ କରାଯାଇଛି। କଟକ ସହରାଞ୍ଚଳ ପୁଲିସ୍ ଦିଲୁକୁ ଗିରଫ କରିବାରେ ସଫଳ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦ୍ଵୈତ ନଗରୀ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଦିଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୁଲିସ୍ କମିଶନର କହିଛନ୍ତି।

୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଦିଲୁ। ଏହାପରଠାରୁ ୫ ବର୍ଷ ହେଲା ସେ ଫେରାର ଥିଲା। କଟକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଦିଲୁକୁ ରାୟଗଡ଼ାରୁ ଗିରଫ କରିବାରେ ସଫଳ ହୋଇଛି।

Comments are closed.