ଶ୍ରୀକ୍ଷେତ୍ର,ଏକାମ୍ରକ୍ଷେତ୍ର ଉନ୍ନତି ପାଇଁ ସରକାରଙ୍କ ବଡ ଘୋଷଣା ପରେ ଶୈବପୀଠ ଧବଳେଶ୍ୱରର ଉନ୍ନତି କେବେ?

ଗୁରୁଡିଝାଟିଆ: ରାଜ୍ୟ ସରକାର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ତଥା ଓଡିଆଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଦୈନିକ ଜୀବନ ସହ ଜଡିତ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ନେଇଛନ୍ତି ଜ୍ଞାତକ ପଦକ୍ଷେପ। ଯାହା ଫଳରେ ଓଡ଼ିଶାବାସୀ ତଥା ଭକ୍ତଙ୍କ ମହଲରେ ଆନନ୍ଦ ଦେଖାଦେଇଛି। ସରକାର ଆଉପାଦେ ଆଗେଇଯାଇ ଏବେ ଏକାମ୍ରକ୍ଷେତ୍ରର ଉନ୍ନତି ପାଇଁ ବଡ ଘୋଷଣା କରିଛନ୍ତି। ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିସାରିଲେଣି। ହେଲେ ମହାଦନୀର ମଧ୍ୟସ୍ଥଳରେ ପ୍ରାକୃତିକ ପରିବେଶ ଭିତରେ ଅବସ୍ଥିତ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ଉନ୍ନତି ପାଇଁ ଆଖିବୁଜିଦେବା ଅତ୍ୟନ୍ତ ପରିତାପର ବିଷୟ। ରାଜଧାନୀ ଭୁବନେଶ୍ୱରଠାରୁ ୩୦ ମିନିଟ ଓ କଟକ ଠାରୁ ମାତ୍ର ୧୦ ମିନିଟ ଲାଗୁଥିବା ଧବଳେଶ୍ୱରର ଭୌଗଳିକ ପରିସ୍ଥିତି ଅତ୍ୟନ୍ତ ମନୋରମ। ଦୁଇପାର୍ଶ୍ବରେ ମହାନଦୀ ଓ ମଝିର ଏକ କୁଦରେ ପ୍ରଭୂ ଶ୍ରୀ ଧବଳେଶ୍ୱର ବିରାଜମାନ। ପ୍ରାଚୀନ କାଳରୁ ଏହି ମନ୍ଦିର ରାଜାଙ୍କ ଦ୍ୱାରା ନିର୍ମିତ ହୋଇଛି। ମଞ୍ଚେଶ୍ୱର ପାର୍ଶ୍ବରେ ମହାନଦୀରେ ଏକ ଝୁଲାପୋଲ ହେବା ପରେ କେଳବ ଶ୍ରଦ୍ଧାଳୁ କାହିଁକି ପର୍ୟ୍ୟଟକ ଙ୍କ ଦୈନିକ ଭିଡ ଏଠାରେ ଲାଗିଥାଏ। ପ୍ରଭୂଙ୍କ ଶିବରାତ୍ରି, ମକର ସଂକ୍ରାନ୍ତି ସହିତ ପ୍ରଭୂ ଙ୍କ ବଡଓଷା ପର୍ବ ସମଗ୍ର ଓଡିଶାରେ ବିଖ୍ୟାତ। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପଞ୍ଚକ ଓ ବଡଓଷାରେ ପ୍ରଭୂଙ୍କୁ ଦର୍ଶନ କରିଥାନ୍ତି। ଏଭଳି ଏକ ପ୍ରସିଦ୍ଧ ଶୈବପୀଠର ଉନ୍ନତି ପାଇଁ ରାଜ୍ୟ ସରକାର ଆଖିବୁଜିଦେବା ଅତ୍ୟନ୍ତ ପରିତାପର ବିଷୟ।

ପ୍ରତ୍ୟେକବର୍ଷ ମହାନଦୀର ବନ୍ୟାଜଳରେ ଭୁଖଣ୍ଡର ଉଭୟପାର୍ଶ୍ବ ଅତଡାଖାଲି ବିଲୀନ ହେଉଛି। ଯଦି ଦେବୋତ୍ତର ବିଭାଗ ଦ୍ୱାରା ଆକଳନ କରାଯାଏ ଏହି ବିଗତ ୧୦ବର୍ଷ ଭିତରେ ଭୁଖଣ୍ଡର ପୂର୍ବ, ଉତ୍ତର,ଦକ୍ଷିଣ ପାର୍ଶ୍ବର ପ୍ରାୟ ୪୦ ଫୁଟ ଚଉଡାର ଭୂଭାଗକୁ ବନ୍ୟାଜଳ ମାଡରେ ଅତଡା ଖାଇଯାଇଛି। ବହୁ ସଂଖ୍ୟାରେ ବଡବଡ ଗଛ ମଧ ଉପୁଡି ପଡିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ, ଆଠଗଡ ଉପଖଣ୍ଡ ପ୍ରଶାସନ ବା ଦେବୋତ୍ତର ବିଭାଗ କାହାରି ନିଘା ନାହିଁ। ରାଜ୍ୟ ସରକାର ଏହାକୁ ଏକ ସ୍ୱତନ୍ତ୍ର ଯୋଜନାରେ ସ୍ଥାନିତ କରି ପୀଠର ଉନ୍ନତି ପାଇଁ କାର୍ଯ୍ୟକଲେ ସମଗ୍ର ଭାରତବର୍ଷର୍ରେ ଧବଳେଶ୍ୱର ପୀଠ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ନାମିତ ହୋଇ ରାଜ୍ୟର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ମହାନଦୀରେ ବୋଟିଂ ବ୍ୟବସ୍ଥା,ଧବଳେଶ୍ୱର କୁଦର ଚତୁପାର୍ଶ୍ବରେ ସୁଦୃଢ ପଥର ପ୍ୟାକିଂ କରାଯାଇ ଭୂଭାଗର ପରିତ୍ୟକ୍ତ ଭାବରେ ପଡିରହିଥିବା ସ୍ଥାନରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ସୌନ୍ଦର୍ୟ୍ୟକରଣ ବ୍ୟବସ୍ଥା କରାଗଲେ ,ଫୁଲବଗିଚା,ଶିଶୁମାନଙ୍କ ପାଇଁ ଶିଶୁ ପାର୍କ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଗଲେ ରାଜ୍ୟକୁ ପ୍ରତ୍ୟେକବର୍ଷ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପ୍ରଭୂ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହିତ ମହାନଦୀରେ ଜଳକ୍ରିଡା ଓ ପୀଠରେ ସୃଷ୍ଟି ହୋଇଥିବା ବଗିଚା ଓ ପାର୍କରେ ସମୟ ବିତାଇ ପାରନ୍ତେ। ଏହି ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଙ୍କ ପାଇଁ ଅର୍ଥର ଅଭାବ ଘଟିବ ନାହିଁ। ବହୁ ପ୍ରବାସୀ ଓଡିଆ ସହିତ ଏକାଧିକ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ଆଗେଇଆସି ପାରିବେ। ହେଲେ ରାଜ୍ୟ ସରକାର ଏଥିପାଇଁ ଟିକିଏ ଆନ୍ତରିକତା ପ୍ରକାଶ କଲେ ସବୁ ସମ୍ଭବ ହୋଇପାରିବ। ବିଶେଷତଃ ୫ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ଏଥିପ୍ରତି ଦୃଷ୍ଟିଦେଲେ ଧବଳେଶ୍ୱର ପୀଠ ଭାରତବର୍ଷର ପର୍ୟ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ରସ୍ଥାନ ଦଖଲ କରିପାରିବ। ଏହାଦ୍ୱାରା ଧବଳେଶ୍ୱର ପୂଜକ ସମାଜ ସହିତ ଧବଳେଶ୍ୱରଙ୍କୁ କେନ୍ଦ୍ର କରି ଜୀବନ ନିର୍ବାହ କରୁଥିବା ହଜାର ହଜାର ଜନସାଧାରଣଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରିବ। ସୁଚନାଯୋଗ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୀଠ ପରିସରରେ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଏକ ନାଟମଣ୍ଡପ ଓ ମୁଜିୟମ ତିଆରି ପାଇଁ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ ଚାଲିଥିଲେ ମଧ୍ୟ ତାହା ଏବେ ଭୂତକୋଠିରେ ପରିଣତ ହୋଇଛି। ତେଣୁ ପୂଜକ ସମାଜ, ସ୍ଥାନୀୟ ଅଞ୍ଚର ବୁଦ୍ଧିଜୀବି ଧବଳେଶ୍ୱର ପୀଠର ସୁରକ୍ଷା, ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ବିନମ୍ର ନିଦେବନ କରିଛନ୍ତି।

Comments are closed.