ଆସନ୍ତା ସପ୍ତାହରୁ ଖୋଲିବ ଧବଳେଶ୍ବର ପୀଠ; କିନ୍ତୁ ଝୁଲା ପୋଲରେ ଯିବାକୁ ମନା..

ଡେସ୍କ: ଆସନ୍ତା ସପ୍ତାହରୁ ଖୋଲିବ ଧବଳେଶ୍ବର ପୀଠ। ବାବା ଧବଳେଶ୍ବରଙ୍କ ଦର୍ଶନ ପାଇପାରିବେ ଭକ୍ତ। ସପ୍ତାହକୁ ୪ ଦିନ ଡଙ୍ଗା ଯୋଗେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ। ଧବଳେଶ୍ଵର ପୀଠର ପୂଜକ ସମିତି ସହ ସ୍ଥାନୀୟ ପ୍ରଶାସନର ଆଲୋଚନା ପରେ ଏନେଇ ବୁଧବାର ସୂଚନା ଦେଇଛନ୍ତି ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ।
Related Posts
ସୂଚନାଯୋଗ୍ୟ, ଝୁଲାପୋଲର ମରାମତି ପାଇଁ ବାବା ଧବଳେଶ୍ବରଙ୍କ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଛି।
Comments are closed.