ବ୍ରିଜ ମରାମତି ଆଳରେ ଶହେ ମିଟର ରାସ୍ତା ପାଇଁ ଯିବାକୁ ପଡୁଛି ୭ କି.ମି

ଧାମର : ଧାମରା ବନ୍ଦରର ବିଚିତ୍ର ନୀତି ପାଇଁ ବଳି ପଡୁଛନ୍ତି ଦୋସିଙ୍ଗା ପଞ୍ଚାୟତବାସୀ। ଫଳରେ ମାତ୍ର ଶହେ ମିଟର ରାସ୍ତା ପାଇଁ ଯିବାକୁ ପଡୁଛି ୭ କି.ମି। ଖବରରୁ ପ୍ରକାଶ ଧାମରା ବନ୍ଦର କର୍ତୁପକ୍ଷ(ଆଦାନୀ) ନିଜର ମୁନାଫା ପାଇଁ ପ୍ରଥମ ପର୍ଯ୍ୟାୟରେ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଅକ୍ତିଆରକୁ ନେଇଥିଲା। ଏ ନେଇ ଚାନ୍ଦବାଲି ବ୍ଲକ କଂଗ୍ରେସ ର ବରିଷ୍ଠ ନେତା ଦିଗମ୍ବର ଦାସ ସ୍ୱର ଉତୋଳନ କରିଥିଲେ।ପରେ ଭଦ୍ରକ ଜିଲ୍ଲାପାଳ ଏହି କଥାର ସମାଧାନ କରିଥିଲେ।ମାତ୍ର ଏହି ସମସ୍ୟାର ସମାଧାନ ପ୍ରତିଶ୍ରୁତି ହୋଇ ରହିଯାଇଛି। ଏଥିପାଇଁ ବନ୍ଦର କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ନିଜ ନାମରେ ଥିବା ସ୍ଥାନକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନାମରେ ନାମିତ କରିବେ ଏବଂ ଦ୍ୱିତୀୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିନରେ ଥିବା ରାସ୍ତାକୁ ବନ୍ଦର କର୍ତୁପକ୍ଷ ନିଜ ଅଧିନକୁ ନେବେ।

ମାତ୍ର ଇତି ମଧ୍ୟରେ ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ ନିଜ ନାମରେ ଥିବା ସ୍ଥାନକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନାମରେ ନାମିତ କରି ନାହାନ୍ତି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ଜଣାଯାଇଛି।| ଅନ୍ୟ ପକ୍ଷରେ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଆଦାନୀ କର୍ତ୍ତୃପକ୍ଷ ନିଜ ଅକ୍ତିଆରକୁ ନେଇ ଅନଧିକାର ନିର୍ମାଣ କରି ଚାଲିଛନ୍ତି। ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ବନ୍ଦ କରି ଦେବା ପରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଦୋସିଙ୍ଗା ବାସୀଙ୍କୁ ହରଡଘଣାରେ ପକାଇଛନ୍ତି। ଏହି ରାସ୍ତା ଦେଇ ଦୋସିଙ୍ଗାବାସୀ ନିଜ ପଞ୍ଚାୟତକୁ ଯାତାୟତ କରିଥାନ୍ତି। ଏହି ରାସ୍ତାରେ ଏକ ରେଲଓ ଲେଭଲକ୍ରସିଂ ଥିବା ବେଳେ ବନ୍ଦର କର୍ତ୍ତୃପକ୍ଷ ଏହି ଲେଭଲକ୍ରସିଂ ପାଇଁ ଏକ ଓଭରବ୍ରିଜ ନିର୍ମାଣ କରିଥିଲେ। ଏହି ଲେଭଲକ୍ରସିଂରେ ସବୁ ସମୟରେ କୋଇଲା, ଚୂନ ପଥର, ଲୁହାପଥର ବୋଝେଇ ମାଲବାହୀ ଟ୍ରେନ ରହୁଥିବାରୁ ଦୋସିଙ୍ଗା ପଞ୍ଚାୟତବାସୀ ଏହି ଓଭରବ୍ରିଜ ଦେଇ ଯାତାୟତ କରିଥାନ୍ତି। ମାତ୍ର ଦୀର୍ଘ ୧ ମାସ ହେବ ବନ୍ଦର କର୍ତୁପକ୍ଷ ଏହି ଓଭରବ୍ରିଜ ମରାମତି ଆଳରେ ଏହି ବ୍ରିଜ ଦେଇ ସର୍ବସାଧାରଣ ଯାତାୟତ ମନା ବୋଲି ବୋର୍ଡ ଝୁଲାଇ ଦେଇଛନ୍ତି। ଫଳରେ ମାତ୍ର ୧ଶହ ମିଟର ବ୍ରିଜ ପାଇଁ ଦୋସିଙ୍ଗା ପଞ୍ଚାୟତବାସୀ ଦୀର୍ଘ ୭ କି.ମି ରାସ୍ତା ବୁଲାଣି ଦେଇ ନିଜ ଗ୍ରାମକୁ ଯାଉଛନ୍ତି ଏବଂ ବହୁ ପାଦଚଲା ଲୋକ ମାଲବୋଝେଇ ଟ୍ରେନ ତଳେ ଗଳି ଯାତାୟତ କରୁଥିବା ଦୃଷ୍ଟି ଗୋଚର ହୋଇଛି। ନିକଟରେ ଜଣେ ପାଦଚଲା ବାଟୋଇ ଟ୍ରେନ ତଳେ ଦେଇ ଯାତାୟତ କରୁଥିବା ବେଳେ ଏକ ବଡ ଦୁର୍ଘଟଣାରୁ ବାଟୋଇ ଜଣକ ସମାନ୍ୟ ରକ୍ଷା ପାଇଯାଇଥିଲେଏ ନେଇ ପଞ୍ଚାୟତବାସୀ ବନ୍ଦର କର୍ତ୍ତୃପକ୍ଷ ପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ। ଏ ନେଇ ଦୋସିଙ୍ଗା ପଞ୍ଚାୟତବାସୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ସହ ନିଜର ପୁରୁଣା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପଞ୍ଚାୟତବାସୀଙ୍କ ଯାତାୟତ ପାଇଁ ଫେରାଇଦେବାକୁ ନିବେଦନ କରିଛନ୍ତି। ନଚେତ ବାଧ୍ୟ ହୋଇ ସେମାନେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟନେଇ ନିଜର ହକ ଜାହିର କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

 

Comments are closed.